ଭୁବନେଶ୍ୱର: ରାଜଧାନୀର ୨ଟି ସ୍ଥାନରୁ ହଟିଲା ଅବରୋଧ ଅଞ୍ଚଳ କଟକଣା। ୫ଟି କଣ୍ଟେନମେଣ୍ଟ ଜୋନରୁ ୨ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ୍। ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନରୁ ବାଦ ଦିଆଯାଇଛି। ଏଥିସହ ବେଗୁନିଆ ଅଞ୍ଚଳର କିଛି ସ୍ଥାନରୁ ମଧ୍ୟ କଟକଣା ଉଠିଛି। ତେବେ ଘର ଘର ବୁଲି ସର୍ଭେ ଏବଂ ପରୀକ୍ଷା କରିବା ପରେ ମିଳିଥିବା ରିପୋର୍ଟ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମସି କମିଶନର। କନଟେନମେଣ୍ଟ ଜୋନ୍ ଉଠିବା ପରେ ବି ୭ ଦିନ ଯାଏଁ ଉକ୍ତ ଅଞ୍ଚଳକୁ ପୂର୍ବ ପରି ସେବା ଯୋଗାଇ ଦିଆଯିବ। ଘର ଘର ବୁଲି ଆଗରୁ ଯେମିତି ସାମଗ୍ରୀ ଯୋଗାଯାଉଥିଲା ସେମିତି ଚାଲିବ। ପ୍ରତିଷେଧକମୂଳକ ପଦକ୍ଷେପ ପାଇଁ ଆଉ ୭ ଦିନ ଏମିତି କରାଯିବ। ତେବେ ଅବରୋଧ ଅଞ୍ଚଳ ଘୋଷଣା ଠାରୁ ଆରମ୍ଭ କରି ଆଜି ଯାଏଁ ଦୁଇ ଅଞ୍ଚଳର ଲୋକେ ପ୍ରଶାସନକୁ ସହଯୋଗ କରିଥିବାରୁ ସରକାରଙ୍କ ତରଫରୁ ବିଏମସି କମିଶନର ଧନ୍ୟବାଦ ଦେଇଛନ୍ତି।
Share Now: