ଷ୍ଟକହୋମ୍‌: ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍‌ଜ ଏବଂ ଆନ୍‌ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ଇଲେକ୍ଟ୍ରୋନ୍‌ ଗତିଶୀଳତା ଅଧ୍ୟୟନ ପାଇଁ ଏହି ପୁରସ୍କାର ରୟାଲ ସୁଇଡିଶ ଏକାଡେମୀ ଅଫ୍‌ ସାଇନ୍‌ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।ପଦାର୍ଥରେ ଇଲେକ୍ଟ୍ରୋନ୍‌ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍‌ ଦିଆଯିବ। ନୋବେଲ୍‌ ଘୋଷଣା କରୁଥିବା ଟିମ୍‌ କହିଛନ୍ତି ଯେ, ଏହି […]

ଷ୍ଟକହୋମ୍: ୨୦୨୩ରେ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯାଇଛି। ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ଆବିଷ୍କାର କୋଭିଡ୍-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟୀକା ବିକଶିତ କରିବାରେ ସକ୍ଷମ ହୋଇଛି। ଏମଆରଏନଏ ଟୀକା ମଧ୍ୟମରେ ବିଶ୍ୱରେ କୋଭିଡ୍ ମହାମାରୀକୁ ହରାଇବାରେ ସହାୟତା ମିଳିଥିଲା।ବିଗତ ୧୨ ମାସ ମଧ୍ୟରେ ମାନବିକତାର […]

କରାଚୀ: ଆଜି ପାକିସ୍ତାନର ବଲୋଚିସ୍ତାନ ପ୍ରଦେଶରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଅନ୍ୟୂନ ୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଏହି ବିସ୍ଫୋରଣ ଘଟଣାରେ ନିହତ ଲୋକମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ। ବଲୋଚିସ୍ତାନର ମସ୍ତୁଙ୍ଗ୍‌ ଜିଲ୍ଲାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ ନିମନ୍ତେ ଜନସମାଗମ ହୋଇଥିବା ବେଳେ ଏକ […]

ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁକ୍ତରାଷ୍ଟ୍ର ଆମେରିକାକୁ ଅମାନ୍ୟ କରିବା ଓ ‘ଆଣବିକ ନୀତିକୁ ସ୍ଥାୟୀ’ କରିବା ଲାଗି ଉତ୍ତର କୋରିଆ ତା’ର ସମ୍ବିଧାନ ସଂଶୋଧନ କରିବ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ‘ସୁପ୍ରିମ୍‌ ପିପୁଲ୍‌ସ୍‌ ଆସେମ୍‌ବ୍ଲି’ର ଏକ ଅଧିବେଶନରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କହିଛନ୍ତି, ପ୍ୟୋଙ୍ଗ୍ୟାଙ୍ଗ୍‌ର ଆଣବିକ ଶକ୍ତି ଅଭିଳାଷକୁ ଅବରୁଦ୍ଧ କରି ଏହି ବ୍ୟବସ୍ଥାକୁ ନଷ୍ଟ କରି ଦେବା ପାଇଁ ଆମେରିକା ଓ […]

ମସ୍କୋ: ରୁଷ୍‌ ପାଶ୍ଚାତ୍ୟ ସହିତ ନିଷ୍ଠାପର ସଂଗ୍ରାମ ଚଳାଇଛି ଓ ତାହାକୁ ମୁଁ ସମର୍ଥନ କରୁଛି ବୋଲି ଆଜି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କ୍ରେମ୍‌ଲିନ୍‌ ମୁଖ୍ୟ ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କହିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ରୁଷ୍‌ ଗସ୍ତରେ ଥିବା କିମ୍‌ ଆଜି ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତ ଅମୁର୍‌ରେ ଥିବା ଏକ ମହାକାଶ କେନ୍ଦ୍ରରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିଛନ୍ତି। କିମ୍‌ କହିଛନ୍ତି ଯେ, […]

ନୂଆଦିଲ୍ଲୀ: ସମସ୍ତ ଔପଚାରିକତା ପୂରଣ କରିବା ପରେ ଜାତିସଂଘ ନିଜ ରେକର୍ଡରେ ଇଣ୍ଡିଆର ନାମ ପରିବର୍ତ୍ତନ କରି ଭାରତ କରିବ ବୋଲି ଜାତିସଂଘ ସଙ୍ଗଠନର ଜଣେ ମୁଖପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି। ଜାତିସଂଘ ମହାସଚିବଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ୍‌ କହିଛନ୍ତି ଯେ, ‘ଯେତେବେଳେ ଇଣ୍ଡିଆ ନାମକୁ ଭାରତକୁ ପରିବର୍ତ୍ତନ କରିବା ପାଇଁ ଔପଚାରିକତା ଶେଷ ହେବ, ସେତେବେଳେ ସେମାନେ (ନୂଆଦିଲ୍ଲୀ) ଆମକୁ ଜଣାଇବେ ଏବଂ ଆମେ ଜାତିସଂଘ (ରେକର୍ଡ)ରେ […]

ମସ୍କୋ : କୃଷ୍ଣ ସାଗରରେ ଥିବା ୟୁକ୍ରେନର ଡାନୁବ ବନ୍ଦର ଉପରେ ଭୟଙ୍କର ଡ୍ରୋନ ଆକ୍ରମଣ କରିଛି ରୁଷିଆ। ରୁଷ ସେନା ଏକାସାଙ୍ଗରେ ୨୫ଟି ଡ୍ରୋନ୍ ମାଧ୍ୟମରେ ୟୁକ୍ରେନ ବନ୍ଦରକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଡାନୁବ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସମୟରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ୍ସ (ଟ୍ୱିଟର) ଉପରେ ଡ୍ରୋନ ଆକ୍ରମଣର ଫଟୋ […]

ଓହାଇଓ: ଗତ ସପ୍ତାହରେ ଆମେରିକାର କଲମ୍ବସ୍‌ସ୍ଥିତ ଏକ ଗ୍ରସରି ଷ୍ଟୋର୍‌ରେ ଗ୍ରାହକ ସାଜି ସାମଗ୍ରୀ ‌ଚୋରି କରିଥିବା ଅଭିଯୋଗରେ ଜଣେ ଅନ୍ତଃସତ୍ତ୍ଵା ଯୁବତୀଙ୍କୁ ପୁଲିସ ଗୁଳି ମାରି ହତ୍ୟା କରିଥିବା ଦୃଶ୍ୟ ଥିବା ଏକ ଫୁଟେଜ୍‌ ଓହାଇଓ ପୁଲିସ ରିଲିଜ୍‌ କରିଥିବା କଥା ଶୁକ୍ରବାର ଦିନ ‘ସିଏନ୍ଏନ୍‌’ ରିପୋର୍ଟ କରିଛି। ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି, ଭିଡିଓରେ ଦେଖାଯାଉଛି ଜଣେ ବ୍ଲେନ୍‌ଡନ୍‌ ଟାଉନ୍‌ ପୁଲିସ ଅଫିସର୍‌ ଓହାଇଓ ଅନ୍ତର୍ଗତ ୱେଷ୍ଟର୍‌ଭାଇଲ୍‌ସ୍ଥିତ କ୍ରୋଗର୍‌ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ୍ ଗସ୍ତରେ ଯିବେ। ଅଗଷ୍ଟ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ଅଗଷ୍ଟ ୨୨ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବେ। ସେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫ଟା […]

ଲଣ୍ଡନ : ଲୋକପ୍ରିୟ ରାମ କଥା ପ୍ରବଚକ ମୋରାରୀ ବାପୁଙ୍କୁ ନିକଟରେ ଲଣ୍ଡନର ବିଶ୍ୱପ୍ରସିଦ୍ଧ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ‘ରାମ କଥା’ ପରିବେଷଣ ଲାଗି ନିମନ୍ତ୍ରଣ କରାଯାଇଥିଲା। ଭାରତର ସ୍ୱାଧୀନତା ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଯୋଗ ଦେଇଥିଲେ ଓ ବାପୁଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ସୁନକ ଜୟ ସିୟାରାମ କହି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ […]

Breaking News

Most Read

Social media & sharing icons powered by UltimatelySocial