୧୦ ରାଜ୍ୟରେ ସକ୍ରିୟ ମାମଲା ବଢ଼ୁଛି: ୬ ରାଜ୍ୟରେ ୮୬% ନୂଆ ମୃତ୍ୟୁ, ୧୮ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍

୧୦ ରାଜ୍ୟରେ ସକ୍ରିୟ ମାମଲା ବଢ଼ୁଛି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନିକଟରେ କେବଳ ୬ଟି ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଦେଶରେ ଗତ ୭ ଦିନ ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ବଢ଼ିଛି। ତେବେ ଜାତୀୟ ସ୍ତରରେ ସକ୍ରିୟ ମାମଲା ପ୍ରାୟ ୧୫ ହଜାର ବୃଦ୍ଧି ହୋଇଛି। ଗୁରୁବାର ଦେଶରେ ସକ୍ରିୟ ମାମଲା ୧,୫୫,୯୮୬ ଥିଲା। ଯାହା ମୋଟ୍‌ ପଜିଟିଭ୍‌ ମାମଲାର ୧.୪୧ ପ୍ରତିଶତ। ଅନ୍ୟପକ୍ଷେ ୬ ରାଜ୍ୟରୁ ୮୬ ପ୍ରତିଶତ ନୂଆ କରୋନା ମୃ୍ତ୍ୟୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ସମେତ ୧୮ ରାଜ୍ୟ ଉପରେ କଡ଼ା ନଜର ରହିଛି। ଉପରୋକ୍ତ ରାଜ୍ୟ ମାନଙ୍କରେ ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ କରୋନା ପ୍ରଜାତିର ପ୍ରାୟ ୨୦୦ ମାମଲା ଥିବାରୁ ଏହି ରାଜ୍ୟମାନଙ୍କ ଉପରେ କଡ଼ା ନଜର ରଖାଯାଇଛି।
ମାର୍ଚ୍ଚ ପାଇଁ ଜାରି ହେଲା ନିୟମାବଳି
ମାର୍ଚ୍ଚ ପାଇଁ ଦେଶରେ କରୋନା ନିୟମାବଳି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଛି। କରୋନା ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ପାଇଁ ବର୍ତ୍ତମାନ ପ୍ରଚଳିତ ନିୟମାବଳି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିସହିତ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ଅବରୋଧ ଅଞ୍ଚଳରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୧ ଜାନୁଆରି ୨୭ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ନିରୀକ୍ଷଣ, ନିୟନ୍ତ୍ରଣ ଏବଂ କଡ଼ାକଡ଼ି ନିୟମ ପାଳନ ପାଇଁ ଜାରି ହୋଇଥିବା ନିୟମାବଳି ଏବଂ ଏସଓପିକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଆବଶ୍ୟକ।
ବିଶ୍ବରେ କରୋନା ମୃତ୍ୟୁ ୨୫ ଲକ୍ଷ ଟପିଲା
ବିଶ୍ବରେ କରୋନା ମୃତ୍ୟୁ ୨୫ ଲକ୍ଷ ଟପିଯାଇଛି। ମୋଟ୍‌ ୨୫,୦୧,୬୨୬ ଜଣଙ୍କ ବିଶ୍ବରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ସର୍ବ‌ାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ୫୦୬,୫୦୦ ମୃତ୍ୟୁ ହୋଇଛି। ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ୨୪୯,୯୫୭ ଥିବାବେଳେ ତୃତୀୟ ରାଷ୍ଟ୍ରଭାବେ ମେକ୍ସିକୋରେ ସବୁଠୁ ଅଧିକ କରୋନା ମୃତ୍ୟୁ ହୋଇଛି। ମେକ୍ସିକୋରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୧୮୨,୮୧୫ ଅଛି। ଭାରତ, ବ୍ରିଟେନ୍‌, ଇଟାଲି, ଫ୍ରାନ୍ସ ଏବଂ ରୁଷ୍‌ରେ ୮୦ ହଜାରରୁ ଅଧିକ କରୋନା ମୃତ୍ୟୁ ରେକର୍ଡ କରାଯାଇଛି। ଉଲ୍ଳେଖଯୋଗ୍ୟ ଗତ ସେପ୍ଟେମ୍ବର ୨୮‌ରେ ବିଶ୍ବରେ କରୋନା ମୃତ୍ୟୁ ୧୦ ଲକ୍ଷ ଥିଲା। ତେବେ ଜାନୁଆରି ୧୫ରେ ଏହା ଦ୍ବିଗୁଣା ହେଲା। ଆଜି ବିଶ୍ବରେ କରୋନା ମୃତ୍ୟୁ ୨୫ ଲକ୍ଷ ଟପିଯାଇଛି।

Share Now:

Kalinga News Beuro

Next Post

ରାଜଧାନୀର ୨୨ ହସ୍ପିଟାଲରେ ମିଳିବ ଟିକା : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାଦାନ

Sun Feb 28 , 2021
ବିନା ପଞ୍ଜୀକରଣରେ ଟିକା ମିଳିବନି,ସରକାରୀ ହସ୍ପିଟାଲରେ ମାଗଣା ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ରାଜଧାନୀରେ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦେବା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲକୁ ବଛାଯାଇଛି। ସରକାରୀ ହସ୍ପିଟାଲରେ ଟିକା ନେଲେ ମାଗଣାରେ ମିଳିବ। ଘରୋଇ ହସ୍ପିଟାଲରେ ଟିକା ନେଲେ ଟିକା ଖର୍ଚ୍ଚ ୧୫୦ ଟଙ୍କା ଏବଂ ସର୍ଭିସ୍‌ ଚାର୍ଜ ବାବଦକୁ ୧୦୦ ଟଙ୍କା ମିଶାଇ […]
କରୋନା ଟିକା ଦେବା ଅଭିଯାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial