ମଲ୍‌ ଛାଡ଼ି ସବୁ ଦୋକାନ ଖୋଲିବ : ପୁଣି ଚଳଚଞ୍ଚଳ ହେବ ରାଜଧାନୀ, ମଦ ଦୋକାନ ବନ୍ଦ

ଭୁବନେଶ୍ୱର : ପ୍ରାୟ ୪୦ଦିନର ଲକ୍‌ଡାଉନ୍‌ରେ ଥିବା ରାଜଧାନୀ ପୁଣି ଚଳଚଞ୍ଚଳ ହେବ। ବିଏମ୍‌ସି ଭୁବନେଶ୍ୱରରେ ପ୍ରାୟ ସବୁ ଦୋକାନ, କାର୍ଯ୍ୟାଳୟ ଖୋଲିବା ସହ ନିର୍ମାଣ କାମକୁ ଅନୁମତି ଦେଇଛି। ୨୮ତାରିଖ ସଂଧ୍ୟାରେ ବିଏମ୍‌ସି ବିଭିନ୍ନ ଦୋକାନ, କାର୍ଯ୍ୟାଳୟ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରିବା ପରେ ଏଥିରେ କିଛି ଦୋକାନ ଖୋଲିବା ନେଇ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନଥିଲା। ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ହେବାରୁ ବିଏମ୍‌ସି ପକ୍ଷରୁ ଆଜି ପୁଣି କେଉଁ ଦୋକାନ ଖୋଲିପାରିବ, କେମିତି ଯାତାୟାତ କରିହେବ ସେନେଇ ସୂଚନା ଦିଆଯାଇଛି।
ବିଏମ୍‌ସିର ସୂଚନା ଅନୁଯାୟୀ, ୨୮ତାରିଖ ରାତିରୁ ରାଜଧାନୀରେ ଲକ୍‌ଡାଉନ୍ ନିୟମ କୋହଳ ହୋଇଛି। ମଲ୍‌ରେ କୌଣସି ଦୋକାନ ଥିଲେ ଖୋଲିବନି। ମଲ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ଯେଉଁଠି ଗୋଟିକିଆ ଦୋକାନ ଥିବ ସେଗୁଡ଼ିକ ଖୋଲିବ। ହେଲେ ଯେଉଁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିବ ତାହାର ମାଲିକ ଓ କର୍ମଚାରୀ ଦୋକାନର ଟ୍ରେଡ୍‌ ଲାଇସେନ୍ସ ନକଲକୁ ପାସ୍‌ ଭାବେ ବ୍ୟବହାର କରିପାରିବେ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ମାର୍କେଟ୍‌ କମ୍ପ୍ଲେକ୍ସ ଓ ମଲ୍‌ରେ ନଥିବା ମୋବାଇଲ୍‌ ଦୋକାନ ଖୋଲିପାରିବ, ପ୍ଲାଇଉଡ୍‌, ରଙ୍ଗ, ହାର୍ଡ‌େୱୟାର ଦୋକାନ, ଦୁଇ ଚକିଆ ଗାଡ଼ି ସୋ’ରୁମ୍‌, ପୋଷାକ ଦୋକାନ, ପ୍ରିଣ୍ଟିଂ ପ୍ରେସ୍‌, ଫ୍ଲେକ୍ସ ଦୋକାନ, ଡିଜିଟାଲ୍‌ ପ୍ରିଣ୍ଟିଂ, ମାର୍ବଲ୍‌, ଟାଇଲ୍‌, ଗ୍ରାନାଇଟ୍‌, ଜୁଏଲାରି ସୋ’ ରୁମ୍‌, କାଚ ଦୋକାନ, ଲୋକ ପାର୍ସଲ ନେଇପାରୁଥିବା ମିଠା ଦୋକାନ, ସାନିଟାରି ଦୋକାନ, କମ୍ପ୍ୟୁଟର ଓ ଲାପଟପ୍ ଦୋକାନ ଖୋଲିପାରିବ। ହେଲେ ଚାରିଚକିଆ ‌ଗାଡ଼ି ସୋ ରୁମ୍‌ ଖୋଲିବନି। ବୀମା କମ୍ପାନିଗୁଡ଼ିକ ଖୋଲିବ, କିନ୍ତୁ ୨୫% କର୍ମଚାରୀଙ୍କୁ ନେଇ କାମ କରିବେ। ଲିଫ୍‌ଟ/ଏସ୍କାଲେଟର ‌ଚାଲି ପାରିବ। ଏଠାରେ ସାମାଜିକ ଦୂରତା ରକ୍ଷା ସହ ନିୟମିତ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ। ମଦ ଦୋକାନ ଖୋଲିବାକୁ କିନ୍ତୁ ଅନୁମତି ଦିଆଯାଇନି। ସେହିପରି ଘରେ କାମ କରୁଥିବା ସହାୟକ/ସହାୟିକା ରୋଷେୟା, ଡ୍ରାଇଭର ଆଦିଙ୍କୁ କାମ କରିବାକୁ ଅନୁମତି ମିଳିବ। ହେଲେ ସେମାନେ ହାତ ଧୋଉଥିବେ, ପରିଷ୍କାର ପରିଚ୍ଛନ୍ନ ରହୁଥିବେ, ମାସ୍କ ପିନ୍ଧିବେ। ସେମାନଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଦେଲେ ଘରେ ରହିବା ପାଇଁ କହିବାକୁ ଘର ମାଲିକମାନଙ୍କୁ କୁହାଯାଇଛି। ଅପରପକ୍ଷରେ ସେଲୁନ, ସ୍ପା, ବଡି ମସାଜ, ବିଉଟି ପାର୍ଲର, ଚା ଓ କଫି, ପାନ ଦୋକାନ ଇତ୍ୟାଦି ଖୋଲି ପାରିବ ନାହିଁ।

Share Now:

Kalinga News Beuro

Leave a Reply

Next Post

କୋଭିଡ୍-୧୯: ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇଁ ଭାରତକୁ ୩ ନିୟୁତ ଡଲାର୍ ପ୍ରଦାନ କରିବ ଆମେରିକା

Thu Apr 30 , 2020
ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣର ମୂଳୋତ୍ପାଟନ ନିମନ୍ତେ ଭାରତକୁ ସହଯୋଗ କରିବା ନିମନ୍ତେ ‘ପାର୍ଟନର୍‌ସିପ୍ସ୍ ଫର୍ ଆଫୋର୍ଡାବ୍ଲ୍‌ ହେଲ୍‌ଥ୍‌କେୟାର୍ ଆକ୍‌ସେସ୍ ଆଣ୍ଡ୍ ଲଙ୍ଗଜିଭିଟି’କୁ (ପିଏଏଚ୍‌ଏଲ୍) ୩ ନିୟୁତ ଡଲାର୍ ପ୍ରଦାନ କରିବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି। କୋଭିଡ୍-୧୯ ମୁକାବି‌ଲାରେ ଭାରତକୁ ସାହାଯ୍ୟ କରିବାକୁ ଏ ପର୍ଯ୍ୟନ୍ତ ‘ୟୁଏସ୍ ଏଜେନ୍‌ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡେଭେଲପ୍‌ମେଣ୍ଟ୍’ (ୟୁଏସ୍ଏଡ୍) ୫.୯ ନିୟୁତ ଡଲାର୍ ପ୍ରଦାନ କରିସାରିଛି। ‘ୟୁଏସ୍ଏଡ୍’ ଜରିଆରେ ୩ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial