ମହଙ୍ଗା ପଡ଼ିଲା ବ୍ୟବସ୍ଥାବଳୀ ଉଲ୍ଲଂଘନ: ରଥଯାତ୍ରା ବିଶୃଙ୍ଖଳା,୪୨ ଜଣ ସେବାୟତଙ୍କୁ ନୋଟିସ୍‌

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ବିଶୃଙ୍ଖଳାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ୪୨ ଜଣ ସେବାୟତଙ୍କୁ ନୋଟିସ୍‌ କରିଛି। ଏହି ୪୨ ଜଣଙ୍କ ମଧ୍ୟରେ କିଛି ବରିଷ୍ଠ ସେବାୟତ ରହିଛନ୍ତି। ରଥଯାତ୍ରା ସମୟରେ ଏମାନେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଏହି ସେବାୟତମାନେ କାରଣ ଦର୍ଶାଇବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ପ୍ରକାଶଥାଉକି, ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ ନୀତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବ୍ୟବସ୍ଥାବଳୀ କରାଯାଇଥିଲା। ରଥ ଉପରେ ଭକ୍ତଙ୍କୁ ନଚଢାଇବା, ଦାନଦକ୍ଷିଣା ନ ନେବା, ମହାପ୍ରଭୁଙ୍କୁ ଅବରୋଧ ନ କରି ଭକ୍ତଙ୍କୁ ଦର୍ଶନ ଦେବା, ମହାପ୍ରଭୁଙ୍କ ଆଗରେ ଠିଆ ନ ହେବା ପାଇଁ କଟକଣା ଜାରି କରାଯାଇଥିଲା। ମାତ୍ର କିଛି ସେବାୟତ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଦାନଦକ୍ଷିଣା ନେବା ସହିତ ରଥ ଉପରକୁ ଭକ୍ତଙ୍କୁ ଚଢାଇଥିବା ଭଳି ଗୁରୁତର ଅଭିଯୋଗ ଆସିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯାଇଥିବା କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଯାଞ୍ଚ କରାଯିବା ବେଳେ ୪୨ ଜଣ ସେବାୟତ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ଜଣାପଡିଥିଲା। ଏ ସଂପର୍କରେ ମନ୍ଦିର ପରିଚାଳନା କମିଟିରେ ଆଲୋଚନା ହେବା ପରେ ଏହି ସେବାୟତମାନଙ୍କୁ ନୋଟିସ୍‌ ଜାରି କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଆମ୍ବୁଲାନ୍‌ସରୁ ଗଳି ପଡ଼ିଲେ ୨ ରୋଗୀ

Fri Sep 14 , 2018
ଖଣ୍ଡଗିରି: ଆମ୍ବୁଲାନ୍‌ସରୁ ଗଳି ପଡ଼ିଲେ ଦୁଇ ରୋଗୀ। ପୁଣି ୧୬ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ। ମାତ୍ର ସୌଭାଗ୍ୟକୁ ଠିକ୍‌ ସମୟରେ ରାଜପଥର ସେହି ସ୍ଥାନଟି ଶୂନ୍‌ଶାନ୍‌ ଥିଲା। ଆଗରୁ ପଛରୁ କୌଣସି ଯାନବାହାନ ନଥିଲା। ରାଜପଥରେ ତତଲା ପିଚୁ ଉପରେ କଚାଡ଼ି ହୋଇ ପଡ଼ିଥିଲେ ବି ରୋଗୀଦ୍ୱୟଙ୍କର ବିଶେଷ କିଛି କ୍ଷତି ହୋଇନଥିଲା। ଗୁରୁବାର ପୂର୍ବାହ୍ଣରେ ବରମୁଣ୍ଡାଠାରେ ଘଟିଥିବା ଏଭଳି ଅଭାବନୀୟ ଘଟଣାଟି ରାଜଧାନୀରେ ଏକ ଚର୍ଚ୍ଚିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial