କଲରାପତରିଆ ବାଘଛାଲ ଜବତ: ୨ ଗିରଫ

କଲରାପତରିଆ ବାଘ ଛାଲ ଜବତ

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଅନ୍ତର୍ଗତ ବଣାଇ ଛକରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ସୂଚନାଯୋଗ୍ୟ, ବାଘଛାଲ ବିକ୍ରି ପାଇଁ ମୁଲଚାଲ କରାଯାଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ଆକସ୍ମିକ ଭାବେ ଚଢାଉ କରି ବାଘଛାଲ ସହ ସମ୍ପୃକ୍ତ ଘଟଣାରେ ୨ଜଣ ବାଘଛାଲ ବେପାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ବାଘଛାଲ ବେପାରୀ ହେଲେ ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର।। ଉଭୟଙ୍କ ଘର ଦେବଗଡ ଜିଲା କାଦପଡା ଥାନା ଅନ୍ତର୍ଗତ ସାଲୋହି ଗାଁରେ ବୋଲି ଜଣାପଡ଼ିି। ସୋମନାଥ ପାତ୍ର ଓ ରାଜୀବ ଲୋଚନ ପାତ୍ର ନିକଟରୁ ବାଘ ଛାଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ଦେବଗଡ ଏସଡିଜିଏମ କୋର୍ଟକୁ ଚାଲାଣ କରାଯାଇଛି। ଜବତ ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଯାଇଛି।

Share Now:

Kalinga News Beuro

Next Post

ବିଜେପିରେ ଯୋଗ ଦେବା ପରେ ମଧ୍ୟ ମିଥୁନଙ୍କୁ ମିଳିଲାନି ଟିକେଟ

Tue Mar 23 , 2021
କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ଗତକାଲି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଥିଲେ। ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍‌ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଥିଲା। […]
ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକେଟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial