ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ରୁଦ୍ର

ରୁଦ୍ର ପ୍ରତାପ ମହାରଥୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଭେଟିଛନ୍ତି। ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର। ଏହାସହ ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି ରୁଦ୍ର ପ୍ରତାପ। ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର। ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର ପ୍ରତାପ ମହାରଥୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଗାମୀ ନିର୍ବାଚନରେ ବିଜୟ ପାଇଁ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ ସେ। ଆଗାମୀ ୩୦ ତାରିଖରେ ସେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଟିକେଟରେ ନାମାଙ୍କନ ପତ୍ର ଦାଖଲ କରିବେ।

Share Now:

Kalinga News Beuro

Next Post

ରାଜଧାନୀରେ କାୟା ମେଲାଉଛି କରୋନା: ଦିନକରେ ଅର୍ଦ୍ଧ ଶତକ

Sun Mar 28 , 2021
ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ସଂକ୍ରମଣ ଗତବର୍ଷ ନଭେମ୍ବର ମାସର ସ୍ଥିତି ଆଡ଼କୁ ମୁହାଁଇଲାଣି। ଗତ କିଛିଦିନ ହେବ ରାଜଧାନୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଆଜି ‌ଗୋଟିଏ ଦିନରେ ରାଜଧାନୀରେ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୪ମାସ ଭିତରେ ସର୍ବାଧିକ। ଗତବର୍ଷ ନଭେମ୍ବର ୧୮ତାରିଖରେ ରାଜଧାନୀରେ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରେ ହଠାତ୍ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା କରୋନା […]
କାୟା ମେଲାଉଛି କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial