ଗୋଟିଏ ସମୟରେ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ଭାବନା

ଲଘୁଚାପ ସମ୍ଭାବନା

ଭୁବନେଶ୍ବର : ଦେଶର ପୂର୍ବ ପଟେ ଥିବା ବଙ୍ଗୋପସାଗର ଓ ପଶ୍ଚିମପଟେ ଥିବା ଆରବ ସାଗରରେ ଏକା ସମୟରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ଦେଖାଦେଇଛି। ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହରେ ସିଝୁଥିବା ଦେଶବାସୀଙ୍କୁ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିବର୍ତ୍ତିତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଏହା ସକ୍ରିୟ ହୋଇ ଉତ୍ତର ଆଣ୍ଡାମାନ ସାଗର ଆଗକୁ ଗତି କରିବାର ସମ୍ଭାବନା ରହିଛି। ତେବେ ସ୍ଥଳ ଭାଗ ଉପରେ ଏହାର କଣ ପ୍ରଭାବ ରହିବ ସେ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଅନ୍ୟପକ୍ଷରେ ବିଷୁବ ମଣ୍ଡଳୀୟ ଭାରତ ମହାସାଗର ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ମଧ୍ୟ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେଉଛି। ତେବେ ସ୍ଥଳଭାଗ ଉପରେ ଏହାର ପ୍ରଭାବ କମ ରହିବା ଆଶା କରାଯାଉଛି।

Share Now:

Kalinga News Beuro

Next Post

ସଫଳତାର ସହ ଶେଷ ହେଲା ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ

Tue Mar 30 , 2021
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ସଫଳତାର ଶେଷ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ ସର୍ଜରୀ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସଫଳ ଅସ୍ତ୍ରୋପଚାର ପାଇଁ ଏମ୍ସ ଡାକ୍ତରୀ ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଲେ ରାଜନାଥ। କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ମଧ୍ୟ ହେଲେ ରାଜନାଥ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ୍ ସର୍ଜରୀ କରାଯିବ […]
ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial