ସୁରତ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ। କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ। ଆଖିରୁ ଲୁହ ଝରିପଡ଼ିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ। ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କ ଚିତା। ୨୪ ଘଣ୍ଟା ଚିତା ଜଳିବା ଫଳରେ ତରଳି ଗଲାଣି ଭାଟି। ସୁରଟରେ ରହିଛି ୩ଟି ପ୍ରମୁଖ ଶ୍ମଶାନ। ରାମନାଥ ଗେଲା, ଅଶ୍ୱୀନ କୁମାର ଏବଂ ଜାହାଙ୍ଗୀରପୁରା ସବୁଠି ସମାନ ଅବସ୍ଥା। ଶବଦାହ କରିବା ଲାଗି ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ହେଲେ ୨୪ ଘଣ୍ଟା ଧରି ଶବଦାହ ହେଉଥିବାରୁ ଗ୍ୟାସ ଚୁଲାର କିଛି ଅଂଶ ଓ ଗ୍ରୀଲ ତରଳି ଯାଇଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ହାରାହାରି ୧୦୦ରୁ ଅଧିକ ଶବ ଦାହ ପାଇଁ ପହଞ୍ଚୁଥିବା ଜଣାପଡ଼ିଛି । ଗତକାଲି ୨୪ ଘଣ୍ଟାରେ କେବଳ ସୁରଟ ଜିଲ୍ଲାରେ ୨ ହଜାର ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୭୨୦ ଜଣ କେବଳ ସୁରଟ ସହରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ସୁରଟ ସହରରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସୁରଟରେ ଏପର୍ଯ୍ୟନ୍ତ ୧୫ ଜଣ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ସୁରଟରେ କରୋନା ସ୍ଥିତି ଅସମ୍ଭାଳ: ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ

Share Now: