ଆଜି ରାଜ୍ୟରେ ୧୦୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ : ମୃତ୍ୟୁସଂଖ୍ୟା ୧୦୮ରେ ପହଞ୍ଚିଲା

କରୋନାଜନିତ ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୦୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ୫ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କର ଭିନ୍ନ କ‌ାରଣରୁ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, କରୋନାଜନିତ ମୃତ୍ୟୁ ଘଟିଥିବା ୫ ଜଣଙ୍କ ମଧ୍ୟରୁ ଜ‌ଣେ ଗଜପତି ଜିଲ୍ଳାର ‌ହୋଇଥିବା ବେଳେ ଜଣେ କନ୍ଧମାଳର ଓ ଅନ୍ୟ ତିନି ଜଣ ଗଞ୍ଜାମ ଜିଲ୍ଳାର। ସମସ୍ତ ମୃତକଙ୍କର କରୋନା ପୂର୍ବରୁ ମଧୁମେହ ରହିଥିଲା। ମୃତକମାନଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲାର ଜଣେ ୭୨ ବର୍ଷିଅ ଓ କନ୍ଧମାଳର ୮୬ ବର୍ଷିଅ ବ୍ୟକ୍ତି, ଗଞ୍ଜାମର ଜଣେ ୪୦ ବର୍ଷୀୟା ମହିଳା, ଜଣେ ୬୧ ବର୍ଷିଅ ଓ ଜଣେ ୬୦ ବର୍ଷିଅ ବ୍ୟକ୍ତି। ଆଜି ରାଜ୍ୟରେ ନୂଆ ଚିହ୍ନଟ ୧୦୭୮ ଜଣଙ୍କୁ ମିଶାଇ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଛି। ସେଥିମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୧୩୩୦୯ ଜଣ। ରାଜ୍ୟରେ ସକ୍ରିୟ କରୋନା ‌ଆକ୍ରାନ୍ତଙ୍କ ସଂଖ୍ୟା ୬୩୮୩ ରହିଛି।

Share Now:

Kalinga News Beuro

Next Post

ବିଲୁଙ୍ଗ ଗାଁ ଏବେ ରଙ୍ଗବତୀ ବିଲୁଙ୍ଗ: ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ

Thu Jul 23 , 2020
ଅମର ହୋଇରହିଲା ରଙ୍ଗବତୀ ଗୀତ,ଗୀତିକାର ମିତ୍ରଭାନୁଙ୍କୁ ମିଳିଲା ସମ୍ମାନ ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲାର ରାଜସ୍ବ ଗ୍ରାମ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ଆଜିଠାରୁ ନାମିତ କରାଯାଇଛି। ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ ଏବଂ ରାଜସ୍ୱ ବୋର୍ଡର ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ରାଜସ୍ୱ ଗ୍ରାମ ବିଲୁଙ୍ଗର ନାମ ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ କରିବା ପାଇଁ ଏଥିରେ କୁହାଯାଇଥିଲା, ଯାହାକୁ କେନ୍ଦ୍ର […]
ବିଲୁଙ୍ଗ ଗାଁ ଏବେ ରଙ୍ଗବତୀ ବିଲୁଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial