କେଉଁ ସିଲାବସ୍‌ରେ ପଢ଼ିବେ ପିଲା ?

କେଉଁ ସିଲାବସ୍‌ରେ ପଢ଼ିବେ ପିଲା

ପିଲାଙ୍କ ଶିକ୍ଷାଦାନକୁ ନେଇ ଦ୍ବନ୍ଦରେ ଅଭିଭାବକ, ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ଗଣଶିକ୍ଷା ବିଭାଗ

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ପଦୋନ୍ନତି ଦିଆଯାଇଛି। ୯ମ ଓ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ବି ସେହି ସମାନ ବ୍ୟବସ୍ଥା ଅପଣାଯାଇଛି। ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ମଧ୍ୟ କେଉଁ ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ ସେନେଇ ଆଜି ପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ। ଯେଉଁଥିପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତୃପକ୍ଷ ଏବେ ଦ୍ବନ୍ଦରେ ପଡ଼ିଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷର ପୂର୍ଣ୍ଣାଙ୍ଗ ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ପଢ଼ାଇବେ ନା ୨୦୨୦-୨୧ ଶିକ୍ଷାବର୍ଷର ୩୦% ବାତିଲ୍‌ ସିଲାବସ୍‌ ଆଧାରରେ ପିଲା ପଢ଼ିବେ। ଯେହେତୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ ସହ ନାମଲେଖା ଜାରି ରହିଛି ତେଣୁ ପିଲାମାନେ ଚିନ୍ତାରେ ପଡ଼ିଛନ୍ତି। ଦିନ ଗଡ଼ି ଯାଉଥିବାରୁ ପାଠପଢ଼ା କିଭଳି ଆଗେଇବ ତାହାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଅନ୍‌ଲାଇନ୍‌ ଶିକ୍ଷା ଉପଲବ୍ଧ ଥିବା ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଛି। କେତେକ ସରକାରୀ ବିଦ୍ୟାଳୟ ସମେତ ସରସ୍ବତୀ ବିଦ୍ୟାମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରି ଘରୋଇ ବିଦ୍ୟାଳୟଗୁଡ଼ିକ ମଧ୍ୟ ପାଠପଢ଼ା ଆରମ୍ଭ କରିଦେଇଛନ୍ତି। ପ୍ରତିଦିନ ୩ରୁ ୪ଟି କ୍ଲାସ କରି ପିଲାଙ୍କୁ ଶିକ୍ଷା ଦେଉଛନ୍ତି। ତେବେ ସିଲାବସ୍‌ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନ ଥିବାରୁ ସମସ୍ତେ ଏବେ ଦ୍ବନ୍ଦରେ ପଡ଼ିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଚିରାଚରିତ ଭାବେ ପ୍ରଥମ ବିଷୟରୁ ପାଠପଢ଼ା ଆରମ୍ଭ କରିଛନ୍ତି। ପିଲାଙ୍କ ହ୍ବାଟ୍‌ସଆପ୍‌ ଗୃପକୁ ଡକ୍ୟୁମେଣ୍ଟ ପଠାଉଛନ୍ତି। ଆଉ କେତେକ ସ୍କୁଲ କର୍ତୃପକ୍ଷ ନୂତନ ସିଲାବସ୍‌ ୨୦୨୦-୨୧ ଶିକ୍ଷାବର୍ଷର ସିଲାବସ୍‌ ଆଧାରରେ ପଢ଼ାଉଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ବର୍ତ୍ତମାନ ସମୟରେ କରୋନାର ପ୍ରକୋପ କମିବାର ସମ୍ଭାବନା କ୍ଷୀଣ। ତେଣୁ ପାଠପଢ଼ା କେବେ ସ୍ବାଭାବିକ ହେବ ଓ କେତେଦିନ ପିଲାଙ୍କୁ କ୍ଲାସରୁମ୍‌ ଶିକ୍ଷା ଦିଆଯିବ ତାହା କହିହେଉ ନାହିଁ। ତେଣୁ ୩୦% କମିଲା ଶିକ୍ଷାବର୍ଷ ଆଧାରରେ ଆମେ ପଢ଼ାଉଛୁ। ଯଦି ପୂର୍ଣ୍ଣାଙ୍ଗ ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ପଢ଼ାଇବାକୁ ନିଷ୍ପତ୍ତି ହୁଏ ତେବେ ଆମେ ପରବର୍ତ୍ତୀ ସମୟରେ ପଢ଼ାଇବୁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଆମେ ଏବେ ପରୀକ୍ଷା ଉପରେ ଅଧିକ ଫୋକସ୍‌ ଦେଉଛୁ। ପିଲାଙ୍କ ପରୀକ୍ଷା ଫଳ ଯେପରି ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବା ସହ ସେମାନେ ଉଚ୍ଚଶିକ୍ଷା କରିପାରିବେ ସେନେଇ କାର୍ଯ୍ୟ ଚାଲିଛି। ଦଶମ ଶ୍ରେଣୀ ପିଲାଙ୍କୁ ବିକଳ୍ପ ମୂଲ୍ୟାୟନରେ ମାର୍କ ଦେବା ଲାଗି ଆମେ କାର୍ଯ୍ୟ କରୁଛୁ। ସିବିଏସ୍‌ଇ ନିଷ୍ପତ୍ତି ପରେ ଆମେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ମାର୍କ ପ୍ରଦାନ ଲାଗି ପଦକ୍ଷେପ ନେବୁ। ଏପର୍ଯ୍ୟନ୍ତ ଶିକ୍ଷା‌ବର୍ଷ ଆରମ୍ଭ ହୋଇ ନ ଥିବାରୁ ସିଲାବସ୍‌ କଥା ବିଚାର କରାଯାଇ ନାହିଁ। ତଥାପି ଖୁବ୍‌ଶୀଘ୍ର ସିଲାବସ୍‌ କମିଟି ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ।

Share Now:

Kalinga News Beuro

Next Post

ଗ୍ରାମାଞ୍ଚଳ ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା : ଘର ଘର ବୁଲି ଟେଷ୍ଟିଂ

Mon May 17 , 2021
ପୃଥକବାସ ପାଇଁ କିଟ୍‌, ପଲ୍‌ସ ଅକ୍ସିମିଟର ଓ ଥର୍ମୋମିଟର ଯୋଗାଣ ନୂଆଦିଲ୍ଲୀ : କରୋନା ସଂକ୍ରମଣ ଏବେ କେବଳ ସହରାଞ୍ଚଳରେ ସୀମିତ ରହିନାହିଁ। ଦେଶର ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଏହା ବହୁମାତ୍ରାରେ ବ୍ୟାପିଗଲାଣି। ତେଣୁ ଏସବୁ ଅଞ୍ଚଳରେ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ନୂଆ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରାଯାଇଛି। କରୋନା ରୋଗୀଙ୍କ ନିରୀକ୍ଷଣ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଟେଲି-ପରାମର୍ଶ ଭଳି […]
ଗ୍ରାମାଞ୍ଚଳ ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial