ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ

ଭୁବନେଶ୍ବର: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା। ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ ହୋଇଛି। କିଛିଦିନ ହେଲା ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଉଭୟ ଓଡିଆ ଏବଂ ଇଂରାଜି ସାମ୍ବାଦିକତା ସହ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ। ୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ କରିଥିଲେ ସାମ୍ବାଦିକତା ବୃତ୍ତି। କଟକରେ ରିପୋର୍ଟର ଭାବେ ଆରମ୍ଭ ହୋଇଥିବା ତାଙ୍କର ସାମ୍ବାଦିକ ଜୀବନରେ ଅନେକ ସଂସ୍ଥା ଓ ଖବରକାଗଜ ସହ ଜଡ଼ିତ ହୋଇଥିଲେ। ୨୦୦୨ରେ ଅନୁସନ୍ଧାନର ସଂପାଦକ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଗଣମାଧ୍ୟମର ବୃତ୍ତିଗତ ଚାକିରି ଜୀବନରୁ ଅବ୍ୟାହତି ନେଇ ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ ସକ୍ରିୟ ରହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ‘ଯେ ଦେଶେ ଯାଇ ସେ ଫଳ ଖାଇ’ ସମେତ ୧୬ଟି ପୁସ୍ତକ ରଚନା କରିଛନ୍ତି ବସନ୍ତ ଦାସ। ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା, ତାଙ୍କର ବହୁ ପଠିତ ଓ ବହୁ ଆଦୃତ ପୁସ୍ତକ।

Share Now:

Kalinga News Beuro

Next Post

ମେଡିକାଲ ମାଫିଆଙ୍କର ସାହସ ଅଛି ତା ଅମୀର ଖାନଙ୍କ ବିରୋଧରେ ମୁହଁ ଖୋଲନ୍ତୁ: ବାବା ରାମଦେବ

Sun May 30 , 2021
ନୂଆଦିଲ୍ଲୀ: ଆଲୋପାଥି ବନାମ ଆୟୁର୍ବେଦର ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ବର୍ତ୍ତମାନ ଏହି ବିତର୍କ ରାମଦେବ ବନାମ ଫାର୍ମା କମ୍ପାନୀରେ ପହଞ୍ଚିଛି। ଏଲୋପାଥି ଉପରେ ଦେଇଥିବା ବୟାନକୁ ପ୍ରତ୍ୟାହାର ପରେ ମଧ୍ୟ ଯୋଗ ଗୁରୁ ପଛକୁ ଫେରିବାକୁ ପ୍ରସ୍ତୁତ ନାହାନ୍ତି। ବାବା ରାମଦେବ ଆଜି ଫିଲ୍ମ ଅଭିନେତା ଆମୀର ଖାନଙ୍କ କାର୍ଯ୍ୟକ୍ରମ ‘ସତ୍ୟମେବ ଜୟତେ’ର ଏକ ପୁରୁଣା ଭିଡିଓ ସେୟାର କରି ବିତର୍କକୁ ଆହୁରି ଆଗକୁ ବଢ଼ାଇଛନ୍ତି। ଏହି […]
ବାବା ରାମଦେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial