ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆରମ୍ଭ ହେବ ସାଇକେଲ ସେୟାରିଂ

ଭୁବନେଶ୍ୱର: ଏଣିକି ସ୍ମାର୍ଟ ସିଟି ଭୁବନେଶ୍ୱରରେ ହେବ ସାଇକେଲ ସେୟାରିଂ ବ୍ୟବସ୍ଥା । ଅର୍ଥାତ୍‌ ଏହି ସାଇକେଲ ସେୟାରିଂ ବ୍ୟବସ୍ଥା ଜରିଆରେ ଯାତ୍ରୀ ଭଡାରେ ସାଇକେଲ ନେଇପାରିବେ। ପ୍ରଥମ ୩୦ ମିନିଟ ମାଗଣାରେ ସାଇକେଲ ନେବା ପରେ ଏହାଠାରୁ ଅଧିକ ହେଲେ ଯାତ୍ରୀଙ୍କୁ ପାଉଣା ଦେବା ପାଇଁ ପଡିବ । ୟ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ ୨ ହଜାରରୁ ଅଢେଇ ହଜାର ସାଇକେଲ ଆସିବ । ଠିକ୍‌ ସେହିପରି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ରାସ୍ତାଗୁଡିକର ପାର୍ଶ୍ୱରେ ୪୦ କି.ମି ପର୍ଯ୍ୟନ୍ତ ସାଇକେଲ ଟ୍ରାକ ହେବ। ଏଥିପାଇଁ ପ୍ରଥମେ ୩ଟି ରୁଟକୁ ଚିହ୍ନଟ କରିଛି ବିଏମସି । ଗୋଟିଏ ଏୟାରପୋର୍ଟରୁ କିଟ ସ୍କୋୟାରକୁ ଯିବ । ୨ୟ ରୁଟଟି ବାଣୀବିହାରରୁ ରାଜମହଲ ଛକ ଏବଂ ୩ୟ ଟି ରାଜଭବନ ଛକରୁ ଜୟଦେବ ବିହାର ଅଭିମୁଖେ ଯିବେ ।

ସୂଚନାଯୋଗ୍ୟ, ମୋବାଇକ ନାମକ ଏକ ଅର୍ନ୍ତଜାତୀୟ କମ୍ପାନି ପ୍ରଥମ ପର୍ଯ୍ୟାୟରେ ୨ହଜାର ଅତ୍ୟାଧୁନିକ ସାଇକେଲ ବିଏମସିକୁ ଦେବ । ଏହି ସାଇକେଲଗୁଡ଼ିକ ମୋବାଇକ ମୋବାଇଲ ଆପ ମାଧ୍ୟମରେ ଚାଲିବ । ଏହାକୁ ଟ୍ରାକ କରିବା ପାଇଁ ସାଇକେଲରେ ଜିପିଏସ ସିଷ୍ଟମ ରହିଛି । ଏହି ଅତ୍ୟାଧୁନିକ ସାଇକେଲର ଦାମ ପାଖାପାଖି ୪୦ରୁ ୫୦ ହଜାର ଟଙ୍କା ରହିଛି । ଏହି ବ୍ୟବସ୍ଥାକୁ ଆସନ୍ତା ନଭେମ୍ବର ମାସ ଅର୍ଥାତ ପୁରୁଷ ବିଶ୍ୱ ହକି କପ ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା । ଏହାଛଡ଼ା ଭିଡ ରୋକିବା ପାଇଁ ମଧ୍ୟ ଏହି ଅଭିନବ ବ୍ୟବସ୍ଥା କରାଯାଉଛି । ପୁଣେ ଓ ଭୋପାଳରେ ମଧ୍ୟ ଏହି ସାଇକେଲ ସେୟାରିଂ ବ୍ୟବସ୍ଥା ଲାଗୁ କରାଯାଇଛି । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

Share Now:

Kalinga News Beuro

Leave a Reply

Next Post

ସ୍ମାର୍ଟ ସିଟିରେ ଭଡ଼ାରେ ମିଳିବ ସାଇକେଲ୍‌

Thu May 3 , 2018
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକ ଯେପରି ସାଇକେଲ୍‌ରେ ଯାତାୟାତ କରିବେ ସେଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ‘ପବ୍ଲିକ ବାଇସାଇକେଲ୍‌ ସେୟାରିଂ’ ଯୋଜନା ଆରମ୍ଭ ହେବ। ଏଥିରେ ଲୋକଙ୍କୁ ହାତପାହାନ୍ତାରେ ସାଇକେଲ ଯୋଗାଇ ଦିଆଯିବ। ଲୋକ ଟ୍ରେନ୍‌, ବସ୍‌, ସିଟି ବସ୍‌ ଓ ଅଟୋରୁ ଓହ୍ଲାଇଲେ ଯେପରି ଘର କିମ୍ବା ଯେକୌଣସି ସ୍ଥାନକୁ ସହଜରେ ଯାଇପାରିବେ ସେଥିପାଇଁ ବାଇସାଇକେଲ୍‌ ବ୍ୟବହାର କରିପାରିବେ। ରାଜଧାନୀରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial