ଓଡ଼ିଶାରେ ଚିହ୍ନଟ ହେଲା ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ

‌ଓଡ଼ିଶାରେ ଚିହ୍ନଟ ହେଲା ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ

ଭୁବନେଶ୍ୱର: କୋଭିଡ-୧୯ର ୨ୟ ଲହର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଓଡ଼ିଶାରେ ଚିହ୍ନଟ ହୋଇଛି। ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା। ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲର ନିର୍ଦ୍ଦେଶକ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଦେବଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତି ଡେଲ୍‌ଟା ପ୍ଲସ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କର ଯାତ୍ରା ବିବରଣୀ ଉପରେ ଅନୁଧ୍ୟାନ କରାଯାଉଛି। ସେ କେଉଁ ରାଜ୍ୟରୁ ଆସିଥିଲେ ଅବା ଓଡ଼ିଶାରେ ଥାଇ ସଂକ୍ରମିତ ହୋଇଛନ୍ତି, ସେନେଇ ଅନୁଧ୍ୟାନ ଜାରି ରହିଛି। ଡେଲ୍‌ଟା ପ୍ଲସ ଭାରିଆଣ୍ଟ ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ରୋଗୀଙ୍କ ପାଖକୁ ଯାଇ ଅନୁସନ୍ଧାନ କଲେ ଅଧିକ କଥା କହିହେବ। ଡେଲ୍‌ଟାର ଉପପ୍ରଜାତି ହେଉଛି ଡେଲ୍‌ଟା ପ୍ଲସ। ବର୍ତ୍ତମାନ କାଁ ଭାଁ ସ୍ଥାନରେ ଡେଲ୍‌ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଡେଲଟା ପ୍ଲସ ଭ୍ୟାରିଆଣ୍ଟରେ ଜଣଙ୍କର ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

କେବେ ସୁଧୁରିବ ସିଡିଏରେ ସ୍ବେରେଜ୍‌, ଡ୍ରେନ୍‌ ବ୍ୟବସ୍ଥା ?

Fri Jun 25 , 2021
କଟକ: କଟକ ସିଡିଏ ଅଞ୍ଚଳରେ ଏବେ ସ୍ବେରେଜ୍‌ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇପଡ଼ିଛି। କେଉଁଠି ସ୍ବେରେଜ୍‌ ଲାଇନ ଜାମ୍‌ ହୋଇ ରାସ୍ତା ଉପରେ ମଇଳା ପାଣି ଲହଡ଼ି ମାରୁଛି ତ’ ଆଉ କେଉଁଠି ସ୍ବେରେଜ୍‌ ଚାମ୍ବର ଭାଙ୍ଗି ମାଟିରେ ମିଶିଲାଣି। ଅନ୍ୟପଟେ ଯେଉଁ ଯାଗାରେ ସ୍ବେରେଜ୍‌ ଲାଇନ୍‌ ଜାମ୍‌ ହୋଇ ମଇଳା ଦିନ ଦିନ ଧରି ରାସ୍ତାରେ ଭାସୁଛି, ତାହାର ପ୍ରତିକାର ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନଥିବା […]
ସିଡିଏରେ ସ୍ବେରେଜ୍‌ ବ୍ୟବସ୍ଥା ସୁଧୁରିବ କେବେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial