ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ପରଲୋକ

ସଂଗ୍ରାମ କେଶରୀ ଜେନାଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ସେ କୋଭିଡରେ ଆକ୍ରାନ୍ତ ହେବା ପରେ ବେଶ୍ କିଛି ଦିନ ଧରି ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଥିବା ନେଇ ତାଙ୍କ ସାନଭାଇ ମନୋଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ। ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ: ୬ ଜଣ ଗିରଫ

Thu Aug 19 , 2021
ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ମଞ୍ଚେଶ୍ୱର ଅଞ୍ଚଳରେ ତିନୋଟି ଗାଡ଼ିରେ କିଛି ପୁରୁଣା ବ୍ୟାଟେରି। ଲଡ୍ ଓ ଅନ ଲୋଡ୍ କରାଯାଉଥିବା ବେଳେ ପୁଲିସ ପାଖକୁ ଖବର ଆସିଥିଲା। ତାପରେ ସଂପୃକ୍ତ ତିନୋଟି ଗାଡ଼ି ଓ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ବ୍ୟାଟେରିଗୁଡ଼ିକ ମୁଖ୍ୟତଃ ବ୍ରହ୍ମପୁର ଓ ନୟାଗଡ଼ ଅଞ୍ଚଳରୁ […]
୧୦ ଲକ୍ଷ ଟଙ୍କାର ବ୍ୟାଟେରି ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial