ଗର୍ବ ଆଣିଦେଲା ମାମାଲି

ଭୁବନେଶ୍ୱର: ଝିଅଟିଏ ବୋଲି କେତେ କୁତ୍ସାରଟନା ସହିବାକୁ ପଡ଼ିଛି। ଏମିତିକି ପାଠପଢ଼ା ବନ୍ଦ କରିଦେବାକୁ ଚେତାବନୀ ଦିଆଯାଇଛି। ଗାଁର କିଛି ଲୋକଙ୍କଠାରୁ କେତେ କଣ ଟାହିଟାପରା ଶୁଣିବାକୁ ମିଳିଛି। ବାହାସାହା ହୋଇ ଘର ସଂସାର କରିବା ଝିଅଙ୍କ କର୍ତବ୍ୟ ବୋଲି ଚେତାଇ ଦିଆଯାଇଛି। ଏତେ ସବୁ ପରେ ବି, ସବୁ କଷ୍ଟ ଓ ନିର୍ଯାତନାକୁ ଏଡ଼ାଇ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଆଦିବାସୀ ଅଞ୍ଚଳର ଝିଅ ମାମାଲି ମହାକୁଡ଼। ଯେଉଁ ଗାଁରେ ଏତେ ସବୁ ଶୁଣିବାକୁ ମିଳୁଥିଲା ଆଜି ସେଇ ଗାଁର ବାସିନ୍ଦା ତା ପାଇଁ ଛାତି ଫୁଲାଇ ଚାଲୁଛନ୍ତି। ମାମାଲିଙ୍କ ଏହି ସଫଳତା ଆଜି ସେହି ଗାଁର ପିଲାମାନଙ୍କ ପାଇଁ ପ୍ରେରଣା ସାଜିପାରିଛି।

ନୟାଗଡ଼ ଜିଲ୍ଲା ହନୁମନ୍ତ ଗ୍ରାମର ବାସିନ୍ଦା ହେଉଛନ୍ତି ମାମାଲି। ଚଳିତ ବର୍ଷର୍ ନୟାଗଡ଼ ଜିଲ୍ଲା ରାଧାମୋହନ ଜୀଉ ନୋଡାଲ୍‌ ଉଚ୍ଚବିଦ୍ୟାଳୟରୁ ସେ ଦଶମ ଶ୍ରେଶୀରେ ୯୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଯେଉଁ ଗ୍ରାମରେ ଆଜି ପର୍ଯ୍ୟନ୍ତ କେହି ପ୍ରଥମ ଶ୍ରଣୀରେ ପାସ୍‌ କରିବାର ସୌଭାଗ୍ୟ ପାଇ ନାହାନ୍ତି, ସେହି ଗ୍ରାମର ମାମାଲି ଆଜି ଏ-୧ ଗ୍ରେଡ୍‌ ପାଇ ଉଦାହରଣ ସୃଷ୍ଟି କରିଛନ୍ତି। ବାପା ରାଜମିସ୍ତ୍ରି ଭାବେ କାମ କରି ଦିନକୁ ୩୦୦ ଟଙ୍କା ରୋଜଗାରରେ ୬ଜଣିଆ ପରିବାରକୁ ଚଳାନ୍ତି। ଅର୍ଥ ସିନା ଆଜି ବାଧକ ସାଜିଛି, କିନ୍ତୁ ମନପ୍ରାଣ ଓ କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ଚାବିକାଠି ଧରାଇପାରିଛି। ମାମାଲି ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛିନ୍ତି ଯେ ପୁଅ ହେଉ କି ଝିଅ ସମସ୍ତେ ନିଜ ଦକ୍ଷତା ଦେଖାଇପାରିବେ। ଲିଙ୍ଗଗତ ପାର୍ଥକ୍ୟ ରଖିବା ଉଚିତ ନୁହେଁ। ଭବିଷ୍ୟତରେ ଜଣେ ଭଲ ଶିକ୍ଷୟିତ୍ରୀ ହେବି ଏବଂ ଏହି ଗ୍ରାମର ବିଦ୍ୟାଳୟରେ ପାଠ ପଢ଼ାଇବି। ପୁଅ ଓ ଝିଅଙ୍କ ପାର୍ଥକ୍ୟକୁ ଦୂର କରିବା ହେଉଛି ମୋର ମୂଳ ଲକ୍ଷ୍ୟ। ମତେ ଆଜି ଯେଉଁ ଲୋକମାନେ ଘୃଣା କରୁଛନ୍ତି ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇବି। ସେତେବେଳେ ଜାଣିପାରିବେ ଆଜିକାଲି ଝିଅ କୌଣସି ଗୁଣରେ କମ୍‌ ନୁହନ୍ତି। ଲୋକମାନଙ୍କ କଟୁକଥା ଏବଂ ଭେଦଭାବ ମୋତେ ଆହୁରି ଉଚ୍ଚକୁ ଉଠାଇବାକୁ ଅନୁପ୍ରାଣିତ କରିଦେଇଛି ବୋଲି ଛଳଛଳ ଆଖିରେ କହିଥିଲେ ମାମାଲି। ସେହିପରି ନୟାଗଡ଼ ଜିଲ୍ଲା ରାଧାମୋହନ ଜୀଉ ନୋଡାଲ ଉଚ୍ଚବିଦ୍ୟାଳୟରୁ ଦଶମ ଶ୍ରେଶୀରେ ପାସ୍‌ କରିଛନ୍ତି ଗୀତାଞ୍ଚଳି ମେହେର। ୯୦%ମାର୍କରେ ଉତୀର୍ଣ୍ଣ ହୋଇଛନ୍ତି। ଦଶପଲ୍ଲା ବ୍ଲକ୍‌ର ମୋଚି ସାହିରେ ବାପା, ମା’ ଓ ଭଉଣୀଙ୍କ ସହିତ ରହୁଛନ୍ତି। ବାପା ଜଣେ ଦିନମଜୁରିଆ। ଓଳିଏ ଖାଇଲେ ଦୁଇ ଓଳି ଉପାସ ରହିବାକୁ ପଡ଼ୁଛି। ଦିନକୁ ୫୦ ଟଙ୍କା ରୋଜଗାରରେ କ’ଣ ବା ଘର ଚଳିବ ବୋଲି ସେ କହିଛନ୍ତି। ସେଥିପାଇଁ ବିଦ୍ୟାଳୟରୁ ଯେଉଁ ୧୦୦ ଟଙ୍କା ଷ୍ଟାଇପେଣ୍ଡ୍‌ ମିଳୁଛି ସେଥିରେ ମୋର ପାଠପଢ଼ା ଖର୍ଚ୍ଚ ଉଠାଉଛି। ଆଗକୁ ଆହୁରି ପଢ଼ିବାକୁ ଇଛା ଅଛି, କିନ୍ତୁ ଆମ ପାଖେ ଯଥେଷ୍ଟ ସମ୍ବଳ ନାହିଁ। ଯଦି ମୋର ପାଠପଢ଼ା ପାଇଁ ଅନ୍ୟ ଆଡ଼ୁ କିଛି ଆର୍ଥିକ ସହାୟତା ମିଳିପାରିବ ମୋର ଲକ୍ଷ୍ୟ ପୂରଣ କରିପାରିବି।

Share Now:

Kalinga News Beuro

Leave a Reply

Next Post

ରାଜଧାନୀରେ ଦୁଇଟି ସ୍ଥାନରେ ଜବରଦଖଲ ଉଚ୍ଛେଦ

Fri May 11 , 2018
ଭୁବନେଶ୍ୱର : ରାଜଧାନୀରେ ଆଜି ବିଏମ୍‌ସି ପକ୍ଷରୁ ଦୁଇଟି ସ୍ଥାନରେ ଉଚ୍ଛେଦ କରାଯାଇଛି। ଗୋଟିଏ ଉଚ୍ଛେଦ ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ଅନ୍ୟଟି ପଟିଆ ମୌଜାରେ ଥିବା ସରକାରୀ ଜାଗା ଜବରଦଖଲମୁକ୍ତ କରାଯାଇଛି। ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ଛକ ଓ ସିଆରପିଏଫ୍‌ ଛକରେ ରାସ୍ତାର ଦୁଇ ପାଖରେ ବେଆଇନଭାବେ ଗଢ଼ି ଉଠିଥିବା ଜବରଦଖଲକୁ ଆଜି ହଟାଇ ଦିଆଯାଇଛି। ୨୬ଟି ଆଜବେଷ୍ଟସ୍‌ ଓ ୧୨୮ଟି ପଲିଥିନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial