ବିନ୍ଦୁସାଗରକୁ ଡେଇଁ ଜୀବନ ହାରିଲେ ବି.ଟେକ୍‌ ଛାତ୍ର

ଜୀବନ ହାରିଲେ ବି.ଟେକ୍‌ ଛାତ୍ର

ପୁରୁଣା ଭୁବନେଶ୍ବର: ‘ବହୁ ପୂର୍ବରୁ ମରିବାକୁ ଚାହୁଥିଲି। କିନ୍ତୁ କିଛି ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କ ଆଶ୍ବସନା ଆଜି ଯାଏ ମୋ‌‌ତେ ବଞ୍ଚି ରହିବାକୁ ବାଧିତ କରିଥିଲା। ମାତ୍ର ଏବେ ଶେଷ ସମୟ ଆସିଯାଇଛି। ମୁଁ ହସି ହସି ମରୁଛି। ଜୀବନ ବଡ଼ କଷ୍ଟକର। ପୃଥିବୀରେ ମଣିଷ ଥିବା ଭଳି ମୋତେ ଅନୁଭବ ହେଉନାହିଁ। ତେଣୁ ଏଠି ରହିବାକୁ ଇଛା ନାହିଁ, ହସି ହସି ବିଦାୟ ନେଉଛି। ସମସ୍ତଙ୍କୁ ଧନ୍ୟବାଦ୍, ଗୁଡ୍‌ ବାଏ।’ ଏମିତି ଥିଲା ବିଟେକ୍‌ ଛାତ୍ର ସାଇଶ୍ରୀ ଜ୍ୟୋତିପ୍ରକାଶ (୨୦)ଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ପୋଷ୍ଟ। ଗତକାଲି ରାତିରେ ବିନ୍ଦୁସାଗରକୁ ଡେଇଁ ଆତ୍ମହତ୍ୟା କରିଥିବା ସାଇଶ୍ରୀଙ୍କ ଏଭଳି ପୋଷ୍ଟ ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନାନୁୟାୟୀ ସାଇଶ୍ରୀଙ୍କ ବାପା ଓ ମା’ଙ୍କ ମଧ୍ୟରେ ପାରିବା‌ରିକ ବିବାଦ ଲାଗିରହିଛି। ବାପା ଗାଁରେ(ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳ) ରହୁଥିବା ବେଳେ ସାଇଶ୍ରୀ ଓ ମା’ଙ୍କ ସହ ସାମନ୍ତରାପୁରରେ ଘର ଭଡ଼ା ନେଇ ରହୁଥିଲେ। ଆର୍ଥିକ ସମସ୍ୟାରୁ ସେ କଲେଜ୍‌ ଫି’ ଦେଇପାରୁନଥିଲେ। ତେଣୁ ଅଧାରୁ ପାଠପଢ଼ା ବନ୍ଦ କରି କୌଣସି ବ୍ୟବସାୟ କରିବାକୁ ଚିନ୍ତା କରୁଥିଲେ। ଏଣେ ଘର ଭଡ଼ା ଦେଇପାରୁନଥିବାରୁ ଘର ମାଲିକଙ୍କଠାରୁ ତିରସ୍କୃତ ହେବାକୁ ପଡ଼ୁଥିଲା। ତେଣୁ ଗତ କିଛି ଦିନ ହେଲା ତାଙ୍କ ମାନସିକସ୍ଥିତି ଭଲ ନଥିଲା। ଏହା ହିଁ ସାଇଶ୍ରୀଙ୍କ ଆତ୍ମହତ୍ୟାର କାରଣ ବୋଲି ସମ୍ପର୍କିୟମାନେ କହିଛନ୍ତି। ଗତକାଲି ରାତିରେ ସାଇଶ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଶେଷ ପୋଷ୍ଟ ଲେଖି ବିନ୍ଦୁସାଗରକୁ ଡେଇଁ ପଡ଼ିଥିଲେ। ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ବିନ୍ଦୁସାଗରକୁ ଆସି ଖୋଜାଖୋଜି କରିଥିଲେ। କିନ୍ତୁ ସାଇଶ୍ରୀଙ୍କୁ ପାଇନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଭାସୁଥିବା ଦେଖାଯିବା ପରେ ପୁଲିସ ଜବତ କରି ବ୍ୟବଚ୍ଛେଦ ପା‌ଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଖବର ପାଇ ଉଭୟ ବାପା ଓ ମା’ ହସ୍ପିଟାଲରେ ପହଞ୍ଚିଥିଲେ।

Share Now:

Kalinga News Beuro

Next Post

୩୦ ବର୍ଷ ବିତିଲା: ଆଇଗିଣିଆ ବଜାର ବିକାଶ ଏବେ ବି ସ୍ବପ୍ନ

Mon Oct 25 , 2021
ଶୀତଳ ଭଣ୍ଡାର, ଫାଣ୍ଡି ପାଇଁ ଦାବି ଖଣ୍ଡଗିରି: ରାଜଧାନୀସ୍ଥିତ ଆଇଗିଣିଆ ଅଣଉତ୍ପାଦନ ପାଇକାରୀ ବିପଣନ କେନ୍ଦ୍ର ପ୍ରତିଷ୍ଠାର ୩୦ ବର୍ଷ ବିତିଲା କିନ୍ତୁ ଏହା ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକତା ପୂରଣକୁ ପ୍ରଶାସନ ଭୁଲି ଯାଇଥିବା ନେଇ ଅଭିଯୋଗ କରିଛି କୁବେରପୁରୀ ବ୍ୟବସାୟୀ ସଂଘ। ଏ ସଂକ୍ରାନ୍ତରେ ବିଭିନ୍ନ ସମୟରେ ପ୍ରଶାସନକୁ ଦାବିପତ୍ର ଦିଆଯାଉଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଉନଥିବା କହିଛନ୍ତି ସଂଘ ସମ୍ପାଦକ ଶକ୍ତି ମିଶ୍ର। ବ୍ୟବସାୟୀ ସଂଘର ସୂଚନା […]
ଆଇଗିଣିଆ ବଜାର ବିକାଶ ଏବେ ବି ସ୍ବପ୍ନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial