ଅନ୍ଧାର‌ରେ ଖଣ୍ଡଗିରି ଫ୍ଲାଏଓଭର୍ ବ୍ରିଜ୍‌ : ବଢ଼ୁଛି ଦୁର୍ଘଟଣା ଓ ଛିନ୍‌ତାଇ

ଅନ୍ଧାର‌ରେ ଖଣ୍ଡଗିରି ଫ୍ଲାଏଓଭର୍ ବ୍ରିଜ୍‌

ଭୁବନେଶ୍ୱର : ଚଳିତ ବର୍ଷ ମେ’ ପହିଲାରେ ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍‌ କାର୍ଯ୍ୟକ୍ଷମ ହୋଇଥିଲା। ଯାନବାହାନ ଚଳାଚଳ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଅନୁମତି ମିଳିଥିଲା। ମାସକ ମଧ୍ୟରେ ରାସ୍ତା ଆଲୋକୀକରଣ ବ୍ୟବସ୍ଥା ଶେଷ ହେବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। ମାତ୍ର ୭ମାସ ବିତିବା ପରେ ବି ଏହି ବ୍ରିଜ୍‌ରେ ଅନ୍ଧାର ରାଜୁତି କରୁଛି। ଆଲୋକୀକରଣ ବ୍ୟବସ୍ଥା ହୋଇପାରିନଥିବାରୁ ଏବେ ଏହି ବ୍ରିଜ୍‌ ଉପରେ ଦୁର୍ଘଟଣା ଘଟୁଛି। ବଡ଼ କଥା ହେଉଛି ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ଏଠାରେ ଆଡ଼ା ଜମାଉଛନ୍ତି ଓ ଲୋକଙ୍କୁ ଲୁଟ୍‌ପାଟ୍‌ କରୁଛନ୍ତି। ଗତ ୭ମାସ ଭିତରେ ଏଠାରେ ୧୫ରୁ ଅଧିକ ଦୁର୍ଘଟଣା ଘଟିଛି। ସେହିଭଳି ବହୁ ଛିନ୍‌ତାଇ ଘଟିଛି। ଅନ୍ଧାର ରହିବା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ସେହିଭଳି ଅନ୍ଧାର ଓ ପାଟ୍ରୋଲିଂ ଅଭାବ ଲୁଟେରାମାନଙ୍କୁ ସୁହାଇଛି। ଗତ ୨ ମାସ ମଧ୍ୟରେ ଏହି ବ୍ରିଜ୍‌ ଉପରେ ବରମୁଣ୍ଡାରୁ କସ୍‌ମୋପଲିସ ଛକ ମଧ୍ୟରେ ପ୍ରାୟ ୫ଟି ଲୁଟ୍‌ପାଟ୍ ହୋଇଛି। ତେଣୁ ରାତି ହେ‌ଲେ ଏହି ବ୍ରିଜ୍‌ ଉପରେ ଯିବାକୁ ଭୟ ଲାଗୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ବରମୁଣ୍ଡା ଫ୍ଲାଏଓଭର୍‌ ବ୍ରିଜ୍‌ର ସ୍ଥିତି ମଧ୍ୟ ସଙ୍ଗିନ ଅବସ୍ଥାରେ। ଗତ ମାସାଧିକ କାଳ ହେବ ଏଠି ବି ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ। ତେଣୁ ବରମୁଣ୍ଡାରୁ ଆଇଗିଣିଆ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଅନ୍ଧାର ରାଜୁତି କରୁଛି। ଏ ନେଇ ଏନ୍ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି ଯେ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷଙ୍କୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ବାରମ୍ବାର କୁହାଯାଇଛି। ମାତ୍ର ସେମାନେ କିଛି ପଦକ୍ଷେପ ନେଉନାହାନ୍ତି। ବ୍ରିଜ୍‌ ଉପରେ ଷ୍ଟ୍ରିଟ୍‌ ଲାଇଟ୍‌ ଖମ୍ବ ଓ ଲାଇଟ୍‌ ଲଗାସରିଛି। ଏମିତିକି ପରୀକ୍ଷଣ ବି ସରିଛି। କେବଳ ଟିପିସିଓଡିଏଲ୍‌ ନିକଟରେ କାମ ଅଟକିଛି। ତେବେ ଖୁବ୍‌ ଶୀଘ୍ର ଆଲୋକୀକରଣ ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

୬.୧ ତୀବ୍ରତାସମ୍ପନ୍ନ ଶକ୍ତିଶାଳୀ ଭୂମିକମ୍ପ : ଦୋହଲିଗଲା ଭାରତ-ମିଆଁମାର ସୀମାନ୍ତ ଅଞ୍ଚଳ

Fri Nov 26 , 2021
ନୂଆଦିଲ୍ଲୀ: ଆଜି ବଡ଼ି ସକାଳେ ଭାରତ-ମିଆଁମାର ସୀମାନ୍ତ ନିକଟରେ ୬.୧ ତୀବ୍ରତାସମ୍ପନ୍ନ ଗୋଟାଏ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି। ଉକ୍ତ ଭୂମିକମ୍ପର ପ୍ରଭାବରେ ସମଗ୍ର ତ୍ରିପୁରା, ମଣିପୁର, ମିଜୋରାମ ଏବଂ ଆସାମରେ କମ୍ପନ୍ନ ଅନୁଭୂତ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସଂଗ୍ରହ କରୁଥିବା ‘ୟୁରୋପିଆନ୍-ମେଡିଟେରାନିଆନ୍‌ ସିସ୍ମୋଲୋଜିକାଲ ସେଣ୍ଟର୍‌’ର (ଇଏମ୍‌ଏସ୍‌ସି) କହିଛି ଯେ, ସୁଦୂର କୋଲ୍‌କାତାରେ ମଧ୍ୟ ଭୂମିକମ୍ପର କମ୍ପନ ଅନୁଭୂତ ‌ହୋଇଥିଲା। ମିଜୋରାମ୍‌ର ଥେନ୍‌ଜଲ୍‌ […]
୬.୧ ତୀବ୍ରତାସମ୍ପନ୍ନ ଶକ୍ତିଶାଳୀ ଭୂମିକମ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial