ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡ଼ି: ଜୀବନଯାତ୍ରା ପ୍ରଭାବିତ

ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡ଼ି

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଥିବା ବେଳେ ୫ ଫୁଟ ଦୂରରୁ କିଛି ଦୃଶ୍ୟମାନ ହେଉନାହିଁ। ଲାଇଟ୍ ଲଗାଇ ଗାଡ଼ିମଟର ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଏହାଫଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଆଜି ସକାଳେ ଦେଖାଦେଇଥିବା କୁହୁଡ଼ିର ପରିମାଣ ବି ସାମ୍ନାକୁ ଆସିଛି। କୋରାପୁଟରେ (୫୦ମିଟର), ସୁନ୍ଦରଗଡ଼(୫୦ମିଟର), ବଲାଙ୍ଗୀର(୭୫ମିଟର) ଓ କେନ୍ଦୁଝର(୧୫୦ମିଟର)ରେ ଘନ କୁହୁଡ଼ି ଥିବା ଜଣାଯାଇଛି। ସାଧାରଣ କୁହୁଡ଼ି ପରିଲକ୍ଷିତ ସ୍ଥାନ ଭିତରେ ଫୁଲବାଣୀ ଓ ଭବାନୀପାଟଣାରେ ୨୦୦ମିଟର କୁହୁଡ଼ି ରେକର୍ଡ ହୋଇଛି। ଠିକ୍ ସେହିପରି ଗୋପାଳପୁରରେ ୫୦୦ ମିଟର, ଭୁବନେଶ୍ୱରରେ ୬୦୦ ମିଟର, ଝାରସୁଗୁଡ଼ାରେ ୬୦୦ ମିଟର, ସମ୍ବଲପୁରରେ ୯୦୦ ମିଟର ଓ ପାରଳାଖେମୁଣ୍ଡିରେ ୭୦୦ ମିଟର କୁହୁଡ଼ି ପରିଲକ୍ଷିତ ହୋଇଛି। ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟରେ ଶୀତ ପ୍ରକୋପ କମିଛି। ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। ଉତ୍ତର-ପୂର୍ବ ରାଜସ୍ଥାନରୁ ବାହାରି ବିଦର୍ଭ ଯାଏ ଏକ ନିମ୍ନ ଚାପରେଖା ଲମ୍ବିଛି, ଯାହା ମଧ୍ୟପ୍ରଦେଶ ଦେଇ ଅତିକ୍ରମ କରୁଛି। ଏହା ପ୍ରଭାବରେ ପୂର୍ବ ଦିଗରୁ ଉଷ୍ମ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି, ଫଳରେ ଏହା ପ୍ରଭା‌ବରେ ପାଗ ପରିବର୍ତ୍ତନର ସମ୍ଭାବନା ରହୁଛି।

Share Now:

Kalinga News Beuro

Next Post

ଦୁଇ କୁବେର ବ୍ୟବସାୟୀଙ୍କଠାରୁ ୩୦୦ କୋଟିର କଳାଧନର ସନ୍ଧାନ

Tue Dec 28 , 2021
ନୂଆଦିଲ୍ଲୀ : କାନପୁରର କୁବେର ବ୍ୟବସାୟୀଙ୍କ ଘରୁ ୧୮୦ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ସୁନା ଜବତ ହେବାର ସପ୍ତାହେ ନ ପୂରିନଥିବାବେଳେ ରାଜସ୍ଥାନର ଆଉ ଦୁଇ ବ୍ୟବସାୟୀଙ୍କ ଘରୁ ପ୍ରାୟ ୩ଶହ କୋଟିର କଳାଧନର ସନ୍ଧାନ ମିଳିଛି। ରାଜସ୍ଥାନର ଏହି ଦୁଇ କମ୍ପାନି ଯଥାକ୍ରମେ ବିଦ୍ୟୁତ ଉପକରଣ ଓ ଫାଇନାନ୍ସ କାରବାର କରିଥାନ୍ତି। ମୁମ୍ବାଇ, ରାଜସ୍ଥାନର ଜୟପୁର ଓ ହରିଦ୍ବାରରେ ଥିବା ଏହି ଦୁଇ କମ୍ପାନି […]
୩୦୦ କୋଟିର କଳାଧନର ସନ୍ଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial