ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚରଣଜିତ୍‌ ଚନ୍ନୀ

ଇସ୍ତଫା ଦେଲେ ଚରଣଜିତ୍‌

ମାର୍ଚ୍ଚ ୧୬ରେ ଶପଥ ନେଇପାରନ୍ତି ଭଗୱନ୍ତ ମାନ୍‌

ନୂଆଦିଲ୍ଲୀ: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍‌ ସିଂହ ଚନ୍ନୀ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୬ ତାରିଖରେ ନବନିର୍ବାଚିତ ଭଗୱନ୍ତ ମାନ୍‌ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ‘ଆପ୍‌’ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ମଧ୍ୟ ୨ଟିଯାକ ଆସନରୁ ପରାସ୍ତ ହୋଇଛନ୍ତି।

Share Now:

Kalinga News Beuro

Next Post

ମହାନଦୀକୁ ଡେଇଁ ଯୁବକ ନିଖୋଜ

Fri Mar 11 , 2022
ନରସିଂହପୁର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ମହାନଦୀର ଏକଡାଳ-ସିଦ୍ଧାମୂଳା ସେତୁ ଉପରୁ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଜଣେ ଯୁବକ ପାଣି ଭିତରକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ତୁରନ୍ତ ସ୍ଥାନୀୟ କାନପୁର ଥାନାକୁ ସୂଚନା ଦେଇଥିଲେ। ତାପରେ ନରସିଂହପୁର ଓ ବାଲିଝରି ଦମକଳ କେନ୍ଦ୍ରକୁ ବି ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଖୋଜା […]
ମହାନଦୀକୁ ଡେଇଁ ଯୁବକ ନିଖୋଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial