୪୦ ଡିଗ୍ରି ଛୁଇଁଲା ୫ ସହରର ତାପମାତ୍ରା : ଟିଟିଲାଗଡ଼ରେ ପାରା ସର୍ବଧିକ ୪୧.୪ ଡିଗ୍ରି ରେକର୍ଡ

ଟିଟିଲାଗଡ଼ରେ ପାରା ସର୍ବଧିକ ୪୧.୪ ଡିଗ୍ରି ରେକର୍ଡ

ଭୁବନେଶ୍ୱର: ଚୈତ୍ର ମାସ ଆରମ୍ଭରୁ ତାପାମାତ୍ରା ବଢ଼ିବା ଆରମ୍ଭ ହୋଇଟାଇଛି। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଜାଜି ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ବଷ୍ଟ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବାଲେଶ୍ୱରରେ ତାପମାତ୍ରା ୩୫.୫ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୩୭.୩, କଟକରେ ୩୭.୨, ପାରାଦୀପରେ ୩୧.୮, ଗୋପାଳପୁରରେ ୩୧.୨, ପୁରୀରେ ୩୨.୫, ଝାରସୁଗୁଡ଼ାରେ ୩୮.୮, କେନ୍ଦୁଝରରେ ୩୮.୪ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି। ସମ୍ବଲପୁରରେ ୩୮.୬, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୮, ତାଳଚେରରେ ୩୯.୦, ଭବାନୀପାଟଣାରେ ୩୭.୫, କୋରାପୁଟରେ ୩୪.୬, ଫୁଲବାଣୀରେ ୩୮.୪, ମାଲକାନଗିରିରେ ୩୬.୫, ସୋନପୁରରେ ୩୯.୫, ଦାରିଙ୍ଗବାଡ଼ିରେ ୩୨.୦, ନୟାଗଡ଼ରେ ୩୮.୦, ଛତ୍ରପୁରରେ ୩୭.୦, ପାରଳାଖେମୁଣ୍ଡିରେ ୩୭.୦, ରାୟଗଡ଼ାରେ ୩୭.୧, ଭଦ୍ରକରେ ୩୬.୦ ଓ ଯାଜପୁରରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି।

Share Now:

Kalinga News Beuro

Next Post

ବାଣୀବିହାରରେ ଚାପା ଉତ୍ତେଜନା : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବାଇକ୍ ପୋଡ଼ି

Sun Mar 20 , 2022
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଛାତ୍ର ନିବାସରେ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଛାତ୍ର ନିବାସରେ ପଶି କେତେକ ଦୁର୍ବୃତ୍ତ ଗାଡ଼ି ପୋଡ଼ିଦେଇଥିଲେ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ ନେଇ ଗତକାଲି ବିବାଦ ଉପୁଜିଥିଲା। ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଛି ଏବଂ ପରିଣାମସ୍ବରୂପ ଏଭଳି ବାଇକ୍ ପୋଡ଼ି ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି। […]
ବାଣୀବିହାରରେ ଚାପା ଉତ୍ତେଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial