ମେଡ଼ିସିନ ଦେବ ଟେନସନ: ପାରାସିଟାମଲ୍‌ ସହ ୮୦୦ଟି ଔଷଧର ବଢିବ ମୂଲ୍ୟ

ମେଡ଼ିସିନ ଦେବ ଟେନସନ

ନୂଆଦିଲ୍ଲୀ: ଆଉ ମାତ୍ର ୪ ଦିନ ପରେ ଆପଣ ବ୍ୟବହାର କରୁଥିବା ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିପାରେ। କରୋନା ପାଇଁ ମହଙ୍ଗା ବୋଝରେ ସନ୍ତୁଳି ହେଉଥିବା ଲୋକଙ୍କ ପାଇଁ ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ତେବେ ଏପ୍ରିଲ ୧ ତାରିଖରୁ ଆଉ ଏକ ମହଙ୍ଗା ବିସ୍ଫୋରଣ ହେବାକୁ ଯାଉଛି। କାରଣ ଘରେ ଘରେ ବ୍ୟବହୃତ ହେଊଥିବା କିଛି ଔଷଧର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଏହି ତାଲିକାରେ ପ୍ରାୟ ଘରେ ବ୍ୟବହୃତ ହେଉଥିବା ପାରାସିଟାମଲ୍‌ ସହ ଆଉ ୮୦୦ଟି ଔଷଧ ରହିଛି। ବାସ୍ତବରେ ଔଷଧର ମୂଲ୍ୟ ବୃଦ୍ଧି ପାଇଁ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଅନୁମତି ଦେଇଥିଲେ। ଏହା ଅଧୀନରେ, ନୂତନ ଆର୍ଥିକ ବର୍ଷରେ ଯନ୍ତ୍ରଣା ଉପଶମକାରୀ ତଥା ବିଭିନ୍ନ ସଂକ୍ରମଣ ଏବଂ ହୃଦରୋଗ ଓ ଆଜମା ରୋଗୀଙ୍କୁ ଦିଆଯାଉଥିବା ପ୍ରାୟ ୮୦୦ଟି ଔଷଧ ମହଙ୍ଗା ହେବ। ଏହି ବର୍ଦ୍ଧିତ ମୂଲ୍ୟ ଏପ୍ରିଲ ୧,୨୦୨୨ରୁ ଲାଗୁ ହେବାକୁ ଥିବାବେଳେ ଔଷଧ ମୂଲ୍ୟରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହେବ। ପାରାସିଟାମଲ୍‌ ସହ ଆଜିଥ୍ରୋମାଇସିନ୍, ସିପ୍ରୋଫ୍ଲୋକ୍ସାସିନ୍ ହାଇଡ୍ରୋକ୍ଲୋରିଡ୍, ମେଟ୍ରୋନିଡାଜୋଲ୍, ଫେନୋବାର୍ବିଟୋନ୍ ଭଳି ଔଷଧ ଏହି ତାଲିକାରେ ଅଛି। ସେହିପରି କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ବ୍ୟତୀତ ଅନେକ ଭିଟାମିନ୍ ବଟିକା, ରକ୍ତ ବୃଦ୍ଧିକାରୀ ଔଷଧ ମଧ୍ୟ ବର୍ଦ୍ଧିତ ତାଲିକାରେ ରଖାଯାଇଛି। ଜ୍ୱର, ସଂକ୍ରମଣ, ହୃଦରୋଗ, ରକ୍ତହୀନତା, କିଡନୀ ରୋଗ, ମଧୁମେହ, ରକ୍ତଚାପ, ଆଣ୍ଟି-ଆଲର୍ଜି, ଆଣ୍ଟି-ଟକ୍ସିନ୍,ଯକ୍ଷ୍ମା, ମାଇଗ୍ରେନ୍, ପାର୍କିନ୍ସନ୍, ଡିମେନ୍ସିଆ, ସାଇକୋଥେରାପି, ପେଟ ରୋଗ ପାଇଁ ବ୍ୟବହୃତ ଔଷଧ ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି।

Share Now:

Kalinga News Beuro

Next Post

ଖେଳୁଥିବା ବେଳେ ବୋମା ଫୁଟିଲା : ୩ ନାବାଳିକା ଗୁରୁତର

Mon Mar 28 , 2022
ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି। ବୋମ୍‌ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ ଗାଁର ୩ ଜଣ ନାବାଳିକା ସବିତା ମୁର୍ମୁ (୯), ପୂଜା ହାଁସଦା (୧୦) ବାସନ୍ତୀ ହାଁସଦା (୮) ତ୍ରିକୋଣା ଗାଁ ଛକ ନିକଟରେ ଖେଳୁଥିଲେ। ଏହି ସମୟରେ ରାସ୍ତା ନିକଟ ପୋଖରୀ […]
ଖେଳୁଥିବା ବେଳେ ବୋମା ଫୁଟି ୩ ନାବାଳିକା ଗୁରୁତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial