ସିଆଇଏସ୍‌ଫ୍‌ କନ୍‌ଷ୍ଟେବଳଙ୍କ ସହାୟତାରେ ମେଟ୍ରୋ ଷ୍ଟେସନ୍‌ରେ ପିଲା ଜନ୍ମ କଲେ ମହିଳା

ମେଟ୍ରୋ ଷ୍ଟେସନ୍‌ରେ ପିଲା ଜନ୍ମ କଲେ ମହିଳା

ନୂଆଦିଲ୍ଲୀ: ଜଣେ ୨୨ ବର୍ଷୀୟା ଗର୍ଭବତୀ ମହିଳା ଗୁରୁବାର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନ୍‌ରେ ଏକ ପିଲାକୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ଯନ୍ତ୍ରଣା ହେବା ପରେ ତାଙ୍କୁ ସହାଯ୍ୟ କରିବାକୁ ଧାଇଁ ଆସିଥିଲେ ସିଆଇଏସ୍‌ଫ୍‌ର ଜଣେ ମହିଳା କନ୍‌ଷ୍ଟେବଳ ଓ ଆଉ କିଛି ମହିଳା ଯାତ୍ରୀ। ପ୍ରସୂତୀ ଜଣକ ଅପରାହ୍ନ ପ୍ରାୟ ୩.୩୦ ସମୟରେ ଫ୍ଲାଟ୍‌ଫର୍ମରେ ଅପେକ୍ଷା କରିଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ରହିଛି। ପ୍ରସୂତୀ ୩ ନମ୍ବର ପ୍ଲାଟ୍‌ଫର୍ମରେ ଅପେକ୍ଷା କରିଥିବା ବେଳେ ଅଚାନକ ତାଙ୍କର ଗର୍ଭକାଳୀନ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ସେହି ସମୟରେ ସେଠାରେ ଉପସ୍ଥିିତ ଥିବା ସିଫ୍ଟ-ଇନ୍‌-ଚାର୍ଜ ସିଆଇଏସ୍‌ଫ୍‌ର ମହିଳା କନ୍‌ଷ୍ଟେବଳଙ୍କୁ ସେଠାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କନ୍‌ଷ୍ଟେବଳ ଅନାମିକା କୁମାରୀ ତୁରନ୍ତ ସେଠାରେ ପହଞ୍ଚି ମହିଳାଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କରିଥିଲେ। ଏ ନେଇ ସିଆଇଏସ୍‌ଫ୍‌ ପକ୍ଷରୁ ଏକ ଟ୍ବିଟ୍‌ କରାଯାଇଛି। ଟ୍ବିଟ୍‌‌ରେ ଲେଖାଯାଇଛି ଯେ ଜଣେ ମହିଳାଙ୍କର ଗର୍ଭକାଳୀନ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିବା ବେଳେ ସିଆଇଏସ୍‌ଫ୍‌ କର୍ମୀଙ୍କର ସହାଯ୍ୟ ତାଙ୍କୁ ପିଲା ଜନ୍ମ କରାଇବାରେ ସହଯୋଗ କରିଛି। ପିଲାଟି ଜନ୍ମ ହେବା ପରେ ନବଜାତକକୁ ତୁରନ୍ତ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଯାଇଛି। ଏହି ଘଟଣା ପରେ ଉଭୟ ମହିଳା ଓ ତାଙ୍କ ସ୍ବାମୀ ସିଆଇଏସ୍‌ଫ୍‌ କର୍ମଚାରୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି।

Share Now:

Kalinga News Beuro

Next Post

ପୁଣି ବିବାଦରେ ଆଶାରାମ ବାପୁ : ଆଶ୍ରମ ପରିସର ଭିତରେ ଥିବା ଗାଡ଼ିରୁ ମିଳିଲା ବାଳିକାର ମୃତଦେହ

Fri Apr 8 , 2022
ନୂଆଦିଲ୍ଲୀ: ପୁଣି ବିବାଦରେ ଆଶାରାମ ବାପୁ। ନାବାଳିକାକୁ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଆଶ୍ରମରୁ ମିଳିଲା ବାଳିକାର ମୃତଦେହ। ବିମୌର ଗାଁରେ ଥିବା ସନ୍ଥ ଆଶାରାମ ବାପୁଙ୍କ ଆଶ୍ରମ ପରିସରରେ ଅଟକି ରହିଥିବା ଏକ କାର ଭିତରୁ ମୃତଦେହ ମିଳିଥିବା ଜଣାପଡ଼ିଛି। ବାଳିକାଜଣକ ଏପ୍ରିଲ ୫ ତାରିଖ ବିଳମ୍ବିତ ରାତିରେ ଘରୁ ନିଖୋଜ ହୋଇଯାଇଥିଲେ। ଏହି ମାମଲାରେ ସମ୍ପର୍କୀୟ ତିନି ଜଣଙ୍କ ବିରୋଧରେ ଅପହରଣ […]
ପୁଣି ବିବାଦରେ ଆଶାରାମ ବାପୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial