୫ ମହାନଗର ନିଗମରେ ଷ୍ଟ୍ରିଟ୍‌ ଲାଇଟ୍‌ ଟାର୍ଗେଟ୍‌ ଫେଲ୍‌

ଭୁବନେଶ୍ୱର : ସମସ୍ତ ପୌରାଞ୍ଚଳରେ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଲଗାଇବାକୁ ନଗର ଉନ୍ନୟନ ବିଭାଗ ଯୋଜନା କରିଛି। ଏଥିରେ ପୂର୍ବରୁ ଲାଗିଥିବା ସୋଡିୟମ୍‌ ଲାଇଟ୍‌ ବଦଳାଇ ଏଲ୍‌ଇଡି ଲାଇଟ୍‌ ଲଗାଇବା ଏବଂ ଯେଉଁ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ ସେଠାରେ ଏଲ୍‌ଇଡି ଲାଇଟ୍‌ ଲଗାଇବାକୁ ଯୋଜନା ହୋଇଛି। ଅଗ୍ରାଧିକାର ଭିତ୍ତିରେ ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଏଲ୍‌ଇଡି ଲାଇଟ୍‌ ଲଗାଇବାକୁ କୁହାଯାଇଛି। କିନ୍ତୁ ମେ ମାସରେ ଯେତିକି ଟାର୍ଗେଟ୍‌ ଦିଆଯାଇଥିଲା ତାହା ପୂରଣ ହୋଇନି।
ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୫ଟି ଯାକ ମହାନଗର ନିଗମରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ନିଭ୍‌ ଏନର୍ଜି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ନୂଆ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ସହ ସୋଡିୟମ ଲାଇଟ୍‌ ବଦଳାଇବାକୁ କୁହାଯାଇଛି। ଏଥିପାଇଁ ମେ ମାସରେ ୨୦ହଜାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାକୁ କୁହାଯାଇଥିବାବେଳେ ମାତ୍ର ୧୪,୯୭୬ଟି ଲାଇଟ୍‌ ଲାଗିଛି।

Share Now:

Kalinga News Beuro

Leave a Reply

Next Post

କିନ୍ନରଙ୍କ ଦୌରାତ୍ମ୍ୟ: ନାଗା ବାବାଙ୍କୁ ମାଡମାରି ୭ ଗିରଫ

Fri Jun 15 , 2018
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଜଣେ ନାଗା ବାବାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି। ଏମାନେ ଗତକାଲି ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ। ବୁଧବାର ରାତିରେ ଖଣ୍ଡଗିରି ଅଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇ ଥିଲା। ଏହି ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial