ଚିଲିକାରେ ଫସିଲା ଭସାପୋଲ : ୩୦ ଯାତ୍ରୀ ଉଦ୍ଧାର, ସ୍ଥଳଭାଗକୁ ଆସିବା ପାଇଁ ଅନ୍ୟ ୨୦ ଜଣ ବ୍ୟାକୁଳ

ଚିଲିକାରେ ଫସିଲା ଭସାପୋଲ

ବ୍ରହ୍ମଗିରି: ବୃହତ୍ତ ଜଳରାଶି ନୀଳାମ୍ବୁ ଚିଲିକାରେ ଶୁକ୍ରବାର ଅପରାହ୍ନରେ ଯାତ୍ରୀମାନଙ୍କର ଏକ ‌ଭସାପୋଲ ଫସି ଯାଇଛି। ଏହି ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫସି ରହିଥିବା ଅନ୍ୟ ଯାତ୍ରୀମାନେ ସ୍ଥଳଭାଗକୁ ଆସିବା ପାଇଁ ବ୍ୟାକୁଳ ହୋଇଯାଇଛନ୍ତି। ତେବେ ସଂଜ ନଇଁବାରୁ ଉଦ୍ଧାର କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଜହ୍ନିକୁଦା ଘାଟରୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଏକ ଭସାପୋଲ ସାତପଡ଼ା ଅଭିମୁଖେ ବାହାରିଥିଲା। ଏହି ଭସାପୋଲରେ ୪ଟି ଚକିଆ ଗାଡ଼ି ଓ ୨୦ଟି ବାଇକ ମଧ୍ୟ ଥିଲା। ତେବେ ଭସାପୋଲଟି ସାତପଡ଼ା ଘାଟ ଠାରୁ ୭୦୦ ମିଟର ଆସିବା ପରେ ମଝି ଚିଲିକାରେ ଚ୍ୟାନେଲ ବାହାରକୁ ଖସିଯାଇଥିଲା। ଏହି ସମୟରେ ଭସାପପୋଲଟି ଚ୍ୟାନେଲ ବାହାରକୁ ଯାଇ ଅଟକିଯାଇଛି। ଭସାପୋଲଟି ଫସିବା ନେଇ ସୂଚନା ମିଳିବା ପରେ ଅନ୍ୟ ମତ୍ସ୍ୟଜୀବୀମାନେ ଦେଶୀ ଡଙ୍ଗା ସହାୟତରେ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇସାରିଛି। ଅନ୍ୟ ୨୦ ଜଣ ଯାତ୍ରୀ ଖୁବ ଶୀଘ୍ର ଉଦ୍ଧାର ହେବେ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ କୁହାଯାଇଛି। ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସାତପଡ଼ାରୁ ଆଉଏକ ଭସାପୋଲ, ଜେସିବି, ଏସ୍କାଭେଟର ଯିବା ପରେ ଭସାପୋଲକୁ ଉଦ୍ଧାର କରାଯିବ। ଅନ୍ୟପଟରେ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି ହେଉଛି। ସୂଚନାଯୋଗ୍ୟ ଚିଲିକାରେ ଭସାପୋଲ ଫସିବା ନୂଆ କଥା ନୁହେଁ। ପ୍ରାୟ ପ୍ରତିମାସରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି।

Share Now:

Kalinga News Beuro

Next Post

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ ଘୋଷଣା କଲେ ଋଷି ସୁନକ୍

Fri Jul 8 , 2022
ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥିତ୍ବ ଘୋଷଣା କଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। କିଛି ଦିନ ତଳେ ସେ ବ୍ରିଟିସ କୋଷାଗାରର ଚ୍ୟାନସେଲର ପଦବୀରୁ ଇସ୍ତଫା ଦେଇଥିଲେ। ଏକ ଟୁଇଟ କରି ଋଷି ଏ ସଂପର୍କରେ ଘୋଷଣା କରିଛନ୍ତି। ଏହି ଟୁଇଟରେ ସେ ଲେଖିଛନ୍ତି “କନଜରଭେଟିଭ ଦଳର ପରବର୍ତ୍ତୀ ନେତା ଓ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ଛିଡ଼ା ହେଉଛି। ଆସନ୍ତୁ ପୁଣି […]
ଋଷି ସୁନକ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial