ପୁଣି ଅଲୋଡ଼ା ନବଜାତ : ଜଙ୍ଗଲରୁ ଉଦ୍ଧାର ହେଲା ମୃତ ଶିଶୁପୁତ୍ର

ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁପୁତ୍ର

କରଞ୍ଜିଆ: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଳା କରଞ୍ଜିଆ ଥାନା ଅଞ୍ଚଳରୁ। କରଞ୍ଜିଆ ଥାନା ଅନ୍ତର୍ଗତ ସାନବଡ଼ପୋଷି ଗ୍ରାମ ଜଙ୍ଗଲରେ ଏକ ସଦ୍ୟଜାତ ଶିଶୁ ପୁତ୍ରକୁ କେହି ଦୁର୍ବୁତ୍ତ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଆଜି ସକାଳୁ କିଛି ମହିଳା ଛତୁ ଗୋଟାଇବାକୁ ଯାଇଥିବା ବେଳେ ଶିଶୁକୁ ଦେଖି ନିକଟ ମାଣିକା ଦୁମା ଗ୍ରାମରେ ଖବର ଦେଇଥିଲେ। ଖବର ପାଇ କିଛି ବ୍ୟକ୍ତି ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ଏପରି ଜଣେ ସଦ୍ୟଜାତ ଶିଶୁର ମୃତ ଦେହକୁ ଏପରି ଫିଙ୍ଗିଦେଇ ଚାଲି ଯାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନି।

Share Now:

Kalinga News Beuro

Next Post

ଏବେ ମୁସଲିମମାନେ ମଦ୍ରାସା ଭାଙ୍ଗିବାରେ ସାହାଯ୍ୟ କରୁଛନ୍ତି : ହିମନ୍ତ ବିଶ୍ବ ଶର୍ମା

Wed Sep 7 , 2022
ନୂଆଦିଲ୍ଲୀ: ନିକଟରେ ଆସାମ ସରକାର ଦେଶବିରୋଧୀ କାର୍ଯ୍ୟକଳାପ ଚାଲିଥିବାର ପ୍ରମାଣ ପାଇବା ପରେ ତିନୋଟି ମଦ୍ରାସା ଭାଙ୍ଗି ଦେଇଥିଲେ। ମଙ୍ଗଳବାର ଆସାମରେ ଚତୁର୍ଥ ମଦ୍ରାସା ଭାଙ୍ଗି ଦିଆଯାଇଥିଲା। ବିଶେଷ କଥା ହେଉଛି ଏହି କାର୍ଯ୍ୟ ସରକାର ନୁହନ୍ତି, ବରଂ ସ୍ଥାନୀୟ ଲୋକ କରିଥିଲେ। ପୁଲିସ ଅଧିକାରୀ ଏହି ସୂଚନା ଦେଇଥିବା ବେଳେ ଏହି ଘଟଣା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ବର୍ତ୍ତମାନ ମଦ୍ରାସା ଭାଙ୍ଗିବା […]
ହିମନ୍ତ ବିଶ୍ବ ଶର୍ମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial