ଭୁବନେଶ୍ବର: ଓଡ଼ିଶା ଭଲିବଲ୍ ସଂଘ (ଓଭିଏ)ର ବାର୍ଷିକ ସାଧାରଣ ବୈଠକ ଏବଂ ୨୦୨୨-୨୬ ଋତୁ ପାଇଁ କାର୍ଯ୍ୟକର୍ତ୍ତା ନିର୍ବାଚନ ରବିବାର କଟକ ବାରବାଟୀସ୍ଥିତ ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ କିସ୍ ଓ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚିତ ହୋଇଥିଲେ। ସେହିପରି କମଳାକାନ୍ତ ପାଣ୍ଡେ କାର୍ଯ୍ୟକାରୀ ସଭାପତି, ସୟଦ ଅକମଲ ଅଲୀ, ଭବାନୀ ପ୍ରସାଦ ପଣ୍ଡା, ଜନାର୍ଦନ ଦାଶ, ରବୀନ୍ଦ୍ର କୁମାର ଦାସ, ମନୋରଂଜନ ଜିଉ, ବ୍ରହ୍ମାନନ୍ଦ ସାମନ୍ତରାୟ ପ୍ରମୁଖ ଉପସଭାପତି, ଗଗନେନ୍ଦୁ ଦାଶ ସମ୍ପାଦକ, ଆଦିତ୍ୟ କୁମାର ଆଚାର୍ଯ୍ୟ, ଜଗଦୀଶ ଚନ୍ଦ୍ର ବେହେରା ଯୁଗ୍ମ ସମ୍ପାଦକ ଏବଂ ସୁଧାଂଶୁ ଭୂଷଣ ମିଶ୍ର କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଅଧିକାରୀ ଭାବେ ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପଲ୍ ଯୋଗ ଦେଇଥିଲା ବେଳେ ଭରତୀୟ ଭଲିବଲ୍ ମହାସଂଘ (ଭିଏଫ୍ଆଇ) ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଭିଏଫ୍ଆଇ ଉପସଭାପତି ଆନନ୍ଦ ରାଜହଂସ ଉପସ୍ଥିତ ଥିଲେ। ନିକଟରେ ୟୁନେସ୍କୋ ଅନ୍ତର୍ଜାତୀୟ ସାକ୍ଷରତା-୨୦୨୨ ପୁରସ୍କାର ପାଇଥିବା କିସ୍ ପାଇଁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଓଭିଏର ସମସ୍ତ ସଦସ୍ୟ ଏବଂ ଅନ୍ୟ କ୍ରୀଡ଼ା ସଂଘ ପକ୍ଷରୁ ଓଡ଼ିଶା ଦୌଡ଼କୁଦ ଓ ଫୁଟ୍ବଲ୍ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଶ୍ରୀ ବେହେରା ଓଭିଏର ନବନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଅଚ୍ୟୁତ ଓଡ଼ିଶା ଭଲିବଲ୍ ସଂଘର ନୂଆ ସଭାପତି

Share Now: