ଗ୍ରାହକ ସାଜି ଦୁଇ ଡ୍ରଗ୍ସ ବେପାରୀଙ୍କୁ ଧରିଲା ପୁଲିସ

ପୁଲିସ ସାଜିଲା ଗ୍ରାହକ

ଭୁବନେଶ୍ବର: ରାଜଧାନୀରୁ ସାଢେ ୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ଡ୍ରଗସ ବିକ୍ରି ବେଳେ, ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ପୁଲିସକୁ ଗ୍ରାହକ ଭାବି ପୁଡ଼ିଆ ଧରାଇଦେଲେ ବେପାରୀ। ଉଭୟଙ୍କ ପାଖରୁ ସାଢେ ୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଏହି ଡ୍ରଗ୍ସ କାରବାରର ମାଷ୍ଟର ମାଇଣ୍ଡଙ୍କ ନାଁ କହିଛନ୍ତି। ମାଷ୍ଟର ମାଇଣ୍ଡ ଭୁବନେଶ୍ୱରକୁ ଲକ୍ଷାଧିକ ଟଙ୍କାର ବ୍ରାଉସୁଗାର ଆଣିଥିବାର ବି ସୂଚନା ଦେଇଛନ୍ତି ସେମାନେ। ମାଷ୍ଟର ମାଇଣ୍ଡକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ।

Share Now:

Kalinga News Beuro

Next Post

ଜାଇକା ଅତ୍ୟାଚାରର ଅନ୍ତ ନାହିଁ : ୬ମାସରୁ ୪ମାସ ଶଙ୍କରପୁର ରାସ୍ତା ବନ୍ଦ

Sat Sep 17 , 2022
କଟକ: ଜାଇକା ଅତ୍ୟାଚାର ଯେମିତି ଥମିବା ନାଁ ନେଉନି। କେବେ କାମ ସରିବ, ତା’ର ଫଳାଫଳ କ’ଣ ମିଳିବ, କାମ ସରିବା ପରେ ପାଣି ଠିକ୍‌ରେ ନିଷ୍କାସିତ ହେବ କି’ ନା… ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ଉତ୍ତର ନାହିଁ। ହେଲେ, ପ୍ରତିଦିନ ଅର୍ଦ୍ଧାଧିକ ସହର ଜାଇକା ଯନ୍ତ୍ରଣା ଭୋଗୁଛି। ଗୋଟିଏ ଗୋଟିଏ କୂଅ ପାଇଁ ସାହି ଲୋକଙ୍କ ରାସ୍ତା ୧୫-୧୫ ଦିନ ବନ୍ଦ କରି ରଖାଯାଉଥିବା ବେଳେ, […]
ଜାଇକା ଅତ୍ୟାଚାରର ଅନ୍ତ ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial