ଉତ୍ତର-କୋରିଆକୁ ନେଇ ବିସ୍ଫୋରକ ସ୍ଥିତି : ନୌଭେଳା ପଠାଇଲା ଆମେରିକା

ଉତ୍ତର-କୋରିଆକୁ ନେଇ ବିସ୍ଫୋରକ ସ୍ଥିତି

ସିଓଲ : ତାଇଓ୍ବାନକୁ ନେଇ ପୂର୍ବ ଏସିଆରେ ଉତ୍ତେଜନା କମିନଥିବାବେଳେ ଉତ୍ତର କୋରିଆକୁ ନେଇ ଉତ୍ତେଜନା ଆରମ୍ଭ ହୋଇଯାଇଛି। ଉତ୍ତରକୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଉକ୍ତ ଅଂଚଳରେ ଆମେରିକା ଯୁଦ୍ଧ ଜାହାଜର ପ୍ରବେଶ ସ୍ଥିତିକୁ ବିସ୍ଫୋରକ କରିଦେଇଛି। ଦକ୍ଷିଣ କୋରିଆର ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଉତ୍ତର କୋରିଆ ପକ୍ଷରୁ ଗତ ଦୁଇ ସପ୍ତାହ ମଧ୍ୟରେ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ କୋରିଆ ଉପଦ୍ବୀପ ଅଂଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପୁଣି ଏହା ମଧ୍ୟରେ ଆମେରିକା ନୌସେନାର ବିମାନବାହୀ ଯୁଦ୍ଧପୋତ ୟୁଏସଏସ ରୋନାଲ୍ଡ ରେଗାନ ପ୍ରବେଶ କରିବା ଉତ୍ତେଜନାକୁ ବଢାଇଛି।
ଆମେରିକାର ଯୁଦ୍ଧପୋତ କୋରିଆ ସାଗରରେ ପ୍ରବେଶ କରିବା ପରେ ଉତ୍ତର କୋରିଆ ପକ୍ଷରୁ ବିମାନରୁ ବୋମାବର୍ଷଣ ପରୀକ୍ଷଣ କରାଯାଇଛି। ଗୁରୁବାରଦିନ ୧୨ଟି ଉତ୍ତରକୋରିଆ ଲଢୁଆ ବିମାନ ଏହି ଅଭ୍ୟାସରେ ଭାଗ ନେଇଥିଲେ। ଏହାର ଜବାବରେ ଦକ୍ଷିଣ କୋରିଆର ଲଢୁଆ ବିମାନଗୁଡ଼ିକ ଆକାଶରେ ଉଡ଼ି ଉତ୍ତରକୋରିଆକୁ ସତର୍କ କରାଇଦେଇଛନ୍ତି। ଆମେରିକାର ଯୁଦ୍ଧ ଜାହାଜ ପ୍ରବେଶ କରିବାକୁ ଉତ୍ତରକୋରିଆ ନିନ୍ଦା କରିଛି। ଆମେରିକାର ଏହି ପଦକ୍ଷେପ ଉତ୍ତେଜନାକୁ ବଢାଇଦେଇଛି ବୋଲି ଉତ୍ତର କୋରିଆ କହିଛି । ଉତ୍ତର କୋରିଆର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଏହା ସତ୍ତ୍ୱେ ପ୍ୟୋଙ୍ଗୟାଙ୍ଗ ଗୁରୁବାର ଦିନ ଜାପାନ ଆଡକୁ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

Share Now:

Kalinga News Beuro

Next Post

ହୀରାଖଣ୍ଡ ଏକ୍ସପ୍ରେସର ନାମକରଣ ପରିବର୍ତ୍ତନ ପାଇଁ ସାଂସଦଙ୍କୁ ପ୍ରସ୍ତାବ

Thu Oct 6 , 2022
ଜୟପୁର: ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଇଷ୍ଟ କୋଷ୍ଟ ରେଳୱେ ସମ୍ବଲପୁର ଓ ୱାଲଟିୟର ଡିଭିଜନ ସହ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ସେ ବିଭିନ୍ନ ବର୍ଗର ଲୋକଙ୍କର ମତାମତ ଓ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ଜୟପୁର ରେଳଷ୍ଟେସନରେ ଗତ କିଛି ଦିନ ହେବ ବିଭିନ୍ନ ଟ୍ରେନ ଗୁଡିକ ଜୟପୁରରୁ ଛାଡ଼ିବା ସମୟରେ ପ୍ଲାଟଫର୍ମ ନଂ ୨ରୁ ଛାଡୁଛନ୍ତି। ବହୁ ବୟସ୍କ […]
ହୀରାଖଣ୍ଡ ଏକ୍ସପ୍ରେସର ନାମକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial