ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ନୂଆ କୁଳପତି ପ୍ରଫେସର ମହାଦେବ

ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ବର: ମହୀଶୂର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡକ୍ଟର ମହାଦେବ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କୁଳପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କୁଳପତି ଚୟନ କମିଟି ଓ ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ଅନୁମୋଦନ କ୍ରମେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ ଡକ୍ଟର୍ ମହାଦେବଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର୍ ମହାଦେବ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜବାହରଲାଲ ନେହେରୁ ବିଶ୍ୱିଦ୍ୟାଳୟରୁ ଇଂରାଜୀ ଭାଷା ଓ ସାହିତ୍ୟରେ ପି ଏଚ ଡି ତଥା ଏମ୍ ଫିଲ୍ ଡିଗ୍ରୀ ହାସଲ କରିଛନ୍ତି। ମହୀଶୂର ବିଶ୍ଵବିଦ୍ୟାଳୟରେ ଦୀର୍ଘ ତେତିଶ ବର୍ଷର ଅଧ୍ୟାପନା କାଳରେ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ସେହି ସମୟରେ ସେ ସିଣ୍ଡିକେଟ ସଦସ୍ୟ, ଡିନ ଓ ବିଭାଗୀୟ ମୁଖ୍ୟ ଭଳି ବହୁତ୍ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଜଣେ ବିଶିଷ୍ଟ ଗବେଷକ ଏବଂ ତାଙ୍କ ତତ୍ତ୍ଵାବଧାନରେ ଚଉଦ ଜଣ ଗବେଷକ ପି ଏଚ୍ ଡି ହାସଲ କରିଛନ୍ତି। ତାଙ୍କର ଇଂରାଜୀ ତଥା କନ୍ନଡ଼ ଭାଷାରେ ବ୍ୟୁତ୍ପତ୍ତି ଅଛି ଏବଂ ଉଭୟ ଭାଷାରେ ସେ ହୋଲୋକାଷ୍ଟ ସାହିତ୍ୟ ଉପରେ ଅନେକ କାମ କରିଛନ୍ତି। ଏହି ନିଯୁକ୍ତି ପାଇଁ ବିଶ୍ଵବିଦ୍ୟାଳୟର କୁଳାପତି ପ୍ରଫେସର୍ ମହାଦେବଙ୍କୁ ଅଭିନନ୍ଦନ ଓ ସାଧୁବାଦ ଜଣାଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି।

Share Now:

Kalinga News Beuro

Next Post

ପୁଣି କରୋନା କବଳରେ ଚୀନ୍: ସଂକ୍ରମଣ ବଢ଼ିବା ପରେ ବନ୍ଦ ହେଲା ସ୍କୁଲ, କଲେଜ, ଥିଏଟର, ଜିମ୍

Thu Oct 13 , 2022
ନୂଆଦିଲ୍ଲୀ: ୨ବର୍ଷ କାଳ କରୋନାର କରାଳ ରୂପ ସାରା ବିଶ୍ବ ଦେଖିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। ପରିସ୍ଥିତି ସୁଧୁରୁଥିବା ବେଳେ କରୋନା ଭୂତାଣୁର ଉତ୍ପତିସ୍ଥଳ ବୋଲି କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚୀନର ଆର୍ଥିକ ହବ୍ ଭାବେ ଜଣାଶୁଣା ସାଂଘାଇ ଏବଂ ଶେନଜେନ୍ ସମେତ ନିଜର ବଡ ସହରରେ କୋଭିଡ୍ ପରୀକ୍ଷଣ ଏବଂ ଲୋକଙ୍କୁ କ୍ବାରେଣ୍ଟାଇନ କରିବା ଆରମ୍ଭ […]
ପୁଣି କରୋନା କବଳରେ ଚୀନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial