ଲକ୍ଷ୍ନୌ: ଉତ୍ତରପ୍ରଦେଶର ବସ୍ତିରେ ଥିବା ଏକ ପାଇଖାନା ଘର ବେଶ୍ ଚର୍ଚ୍ଚା ପାଲଟିଛି। ଜାଣିବାକୁ ମିଳିଛି ଯେ ବସ୍ତିରେ ଥିବା ଏକ ପାଇଖାନା ଘର ଭିତରେ ୨ଟା ପାଇଖାନା ପାଖକୁ ଲାଗିକି ରହିଛି। ତେବେ ପ୍ରଶ୍ନ ଉଠିଛି ୨ଟା ପାଇଖାନା ଏତେ ପାଖରେ ଲାଗିକି ରହିଛି କାହିଁକି? ଦୁଇ ପାଇଖାନା ମଧ୍ୟରେ ଅଛି ନା କୌଣସି କାନ୍ଥ, ନା କୌଣସି ପରଦା। ତେବେ କ’ଣ ୨ ଜଣ ବ୍ୟକ୍ତି ଏକକାଳୀନ ସାଥୀ ହୋଇ ଫାଇଖାନା ଭିତରକୁ ଯାଇପାରିବେ? ଏହି ମାମଲା ବସ୍ତି ମୁଖ୍ୟାଳୟରୁ ୨୦ କିଲୋମିଟର ଦୂର କୁଦରହା ବ୍ଲକ୍ର। ଯେଉଁଠାରେ ପଞ୍ଚାୟତ ରାଜ ଅଧିକାରୀ ପାଇଖାନାର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେବା ସହ ଅଭିଯୁକ୍ତ ନାମରେ ଏକ ନୋଟିସ୍ ଜାରି କରିଛନ୍ତି। ଗୋରାଧୁନ୍ଦା ଗ୍ରାମରେ ବନା ଯାଇଥିବା ସାମୁଦାୟିକ ଶୌଚାଳୟର ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଗୋରାଧୁନ୍ଦା ଗାଁର ମୁଖ୍ୟ ଓ ସେକ୍ରେଟେରି ମିଶି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ପାଇଖାନା ତିଆରିଥିଲେ। ମାତ୍ର ଆଜି ଏହି ପାଇଖାନାକୁ କେହି ବ୍ୟବହାର କରି ପାରୁନାହାନ୍ତି। ତେବେ ସବୁଠାରୁ ମୁସ୍କିଲ୍ କଥା ହେଉଛି ଗୋଟାଏ ରୁମ୍ ଭିତରେ ୨ଟା ପାଇଖାନା ବସିଚି, ହେଲେ ଗୋଟାଏ ବି କବାଟ ଲାଗି ପାରିନାହିଁ। ଏହି ଘଟଣାକୁ ନେଇ ତଦନ୍ତ ଏବେ ଆରମ୍ଭ ହେବା ସହ ସେକ୍ରେଟେରିଙ୍କ ନିକଟକୁ ଏକ ନୋଟିସ୍ ଜାରି କରାଯାଇଛି। ଏହା ସହ ଉକ୍ତ ପାଇଖାନାକୁ ଖୁବ୍ ଶୀଘ୍ର ଠିକ୍ କରିବାକୁ ନିର୍ଦ୍ଦେଶ ବି ଦିଆଯାଇଛି।
ଗୋଟାଏ ରୁମ୍ ଭିତରେ ୨ଟା ପାଇଖାନା

Share Now: