କାଶ୍ମୀର ପ୍ରସଙ୍ଗରେ ଚୀନ୍‌ ବ୍ୟତୀତ ସବୁ ଦେଶ ଭାରତ ସପକ୍ଷରେ

ଚୀନ୍‌ ବ୍ୟତୀତ ସବୁ ଦେଶ ଭାରତ ସପକ୍ଷରେ

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗର ଆନ୍ତର୍ଜାତିକୀକରଣ ପାଇଁ ପାକିସ୍ତାନ ଚଳାଇଥିବା ଉଦ୍ୟମକୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ପଣ୍ଡ କରିଦେଇଛନ୍ତି। କାଶ୍ମୀର ପ୍ରସଙ୍ଗ ଜାତିସଂଘରେ ଆଗରୁ ଆଲୋଚିତ ହୋଇ ଆସିଛି ବୋଲି ପାକିସ୍ତାନ ଦାବି କରି ଆସୁଥିବା ବେଳେ ୧୯୬୫ ମସିହାରୁ ଅଦ୍ୟାବଧି ତାହା ଜାତିସଂଘରେ ପଡ଼ିନାହିଁ ବୋଲି ଶ୍ରୀ ତିରୁମୂର୍ତ୍ତି କହିଛନ୍ତି। ତେବେ ନିକଟରେ ଏ ସଂକ୍ରାନ୍ତ ହୋଇଥିବା ଏକ ରୁଦ୍ଧଦ୍ବାର ଆଲୋଚନାର ନିର୍ଯାସ ପଦାକୁ ଆସିନଥିବାରୁ ତାହା ମଧ୍ୟ ଆନୁଷ୍ଠାନିକ ନୁହେଁ ବୋଲି ସେ କହିଛନ୍ତି। ସେହିପରି ଏହା ଭାରତ ଓ ପାକିସ୍ତାନ ଭିତରର ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ଏବଂ ଏଥିରେ ଅନ୍ୟ ତୃତୀୟ ପକ୍ଷ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ଭାରତ ବାରମ୍ବାର କରି ଆସିଥିବା ଦାବିକୁ ଚୀନ୍‌ ବ୍ୟତୀତ ଅନ୍ୟ ସମସ୍ତ ରାଷ୍ଟ୍ର ସମର୍ଥନ କରୁଛନ୍ତି ବୋଲି ତିରୁମୂର୍ତ୍ତି ସ୍ପଷ୍ଟ କରିଛନ୍ତି।

Share Now:

Kalinga News Beuro

Next Post

ମୁମ୍ବାଇରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ ,ବିଭିନ୍ନ ଅଞ୍ଚଳରେ ବନ୍ୟା, ୩ ଜଣ ମୃତ

Wed Aug 5 , 2020
ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ମୁମ୍ବାଇ ସହର ୨୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ରେଳ ଧାରଣା ଗୁଡ଼ିକ ବର୍ଷାଜଳରେ ବୁଡ଼ି ଯାଇଥିବାରୁ ସହରରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ରାସ୍ତାଘାଟ […]
ମୁମ୍ବାଇରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial