ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏହାଛଡ଼ା କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି। ଭୁବନେଶ୍ୱରରେ ତାଙ୍କର ପାଞ୍ଚଟି ସ୍ଥାନ, କେନ୍ଦୁଝରର ସିରିସପାଲିରେ ଥିବା ପୈତୃକ ଘର, ଘଷିପୁରାର ଗହ୍ମାରିଆରେ ଥିବା ଦୁଇମହଲା କୋଠା ଏବଂ ଜିଲ୍ଲାର ଅନ୍ୟ ୫ଟି ଜାଗାରେ ଏହି ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ଥାନାରେ ଏତଲା ଦେଲା ବିଜେପି : ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

Fri Mar 3 , 2023
ଭୁବନେଶ୍ୱର: ଆଜି ରାଜଧାନୀରେ ବିଜେପି ଓ ବିଜେଡି ପକ୍ଷରୁ ଆନ୍ଦୋଳନ ଦେଖିବାକୁ ମିଳିଛି। ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଆକ୍ରମଣ ପ୍ରସଙ୍ଗରେ ବିଭିନ୍ନ ଥାନାରେ ଡିଜିପି, ଭୁବନେଶ୍ୱର ଡିସିପି ଓ ଟ୍ୱିନସିଟି କମିଶନରଙ୍କ ନାଁରେ ବିଜେପି ପକ୍ଷରୁ ତିନିଟି ଥାନାରେ ଏତଲା ଦିଆଯାଇଛି। ଆଜି ବହୁସଂଖ୍ୟକ ବିଜେପି କର୍ମୀ ଶୋଭାଯାତ୍ରାରେ ଆସି ରାଜଧାନୀର ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଏତଲାଦେଇଛନ୍ତି। ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ […]
ଥାନାରେ ଏତଲା ଦେଲା ବିଜେପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial