ବ୍ଲାକ୍‌ମେଲିଂ ଓ ଗଣଦୁଷ୍କର୍ମର ଶିକାର ହେଲେ ଡାକ୍ତର ଦମ୍ପତିଙ୍କ ଝିଅ

ଇନ୍‌ଷ୍ଟାଗ୍ରାମରେ ପ୍ରେମ

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏକ ‌ଲୋମଟାଙ୍କୁରା ଘଟଣା। ୟୁପିର ଜଣେ ଯୁବକ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବତୀଙ୍କ ସହ ପ୍ରଥମେ ବନ୍ଧୁତ୍ୱ କରି ପରେ ତାଙ୍କୁ ବ୍ଲାକ୍‌ମେଲ୍‌ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଯୁବକ ଜଣକ ଦୁଷ୍କର୍ମ ପରେ ଯୁବତୀଙ୍କ ଶରୀରରେ ବ୍ଲେଡ୍‌ରେ ନିଜ ନାମ ବି ଲେଖିଛନ୍ତି। ଏହି କାଣ୍ଡରେ ଅଭିଯୁକ୍ତ ସମେତ ଆହୁରି ୭ ଜଣ ବି ସାମିଲ୍‌ ଅଛନ୍ତି। ସମସ୍ତଙ୍କ ବିରୋଧରେ ପୁଲିସ୍‌ ଭିନ୍ନ ଧାରା ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ କରୁଛି।
ସୂଚନାରୁ ପ୍ରକାଶ କି ଡାକ୍ତର ଦମ୍ପତିଙ୍କର ଏକମାତ୍ର ଝିଅଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକ ସହ ପ୍ରେମ ହୋଇଗଲା। ମାତ୍ର ଯୁବତୀ ପ୍ରେମ କରୁଥିବା ବିକାଶ ବାସ୍ତବରେ ଜଣେ ବ୍ଲାକ୍‌ମେଲର୍‌ ବାହାରିଲା। ସେ ଯୁବତୀଙ୍କର କିଛି ଫଟୋ ଜରିଆରେ ତାଙ୍କୁ ରୀତିମତ ବ୍ଲାକ୍‌ମେଲ୍‌ କରିବାରେ ଲାଗିଲା। ବିକାଶ ଭୟରେ ଯୁବତୀ କୋଟା ଚାଲିଗଲେ। ଗୋଟାଏ ସପ୍ତାହ ପରେ ଘରକୁ ଫେରିବାରୁ ଯୁବକ ଜଣକ ଫୋନ୍‌ କରି ଭିଡିଓ ଭାଇରାଲ୍‌ କରି ଦେବାର ଧମକ ଦେଲା। ଯଦି ଯୁବତୀ ବିକାଶ ବତାଇଥିବା ସ୍ଥାନକୁ ନଯାଆନ୍ତି ତ ସେ ଭିଡିଓ ଭାଇରାଲ୍‌ କରିଦେବାର ଧମକ ଦେଇଥିଲା। ଭୟରେ ଯୁବତୀ ସେ ବତାଇଥିବା ସ୍ଥାନକୁ ଯାଇଥିଲେ। ବିକାଶ ସେଠାରେ ଯୁବତୀଙ୍କୁ କିଛି ନିଶାଯୁକ୍ତ ପାନୀୟ ପିଆଇ ତାଙ୍କର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତାପରେ ସେ ଯୁବତୀଙ୍କୁ ଏକ ବସ୍ତାରେ ପୂରାଇ ଏକ ଶୂନଶାନ ସ୍ଥାନକୁ ନେଇଗଲା। ସେଠାରେ ତା’ର ଅନ୍ୟ ୨ବନ୍ଧୁ ବି ଯୁବତୀଙ୍କ ସହ ଦୁଷ୍କର୍ମ କଲେ। କିଛି ସମୟ ପରେ ଆଉ ୫ ଜଣ ବି ଆସି ଏହି ଜଘନ୍ୟ କାଣ୍ଡରେ ମିଶି ଯାଇଥିଲେ।

Share Now:

Kalinga News Beuro

Next Post

ମହାରାଷ୍ଟ୍ରରୁ ଔରଙ୍ଗଜେବଙ୍କ କବର ଉଠାଇନିଅ : ଶିବସେନା ବିଧାୟକ

Mon Mar 6 , 2023
ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରକୁ ଛତ୍ରପତି ଶମ୍ଭାଜୀ ନଗରଭାବେ ନାମକରଣ କରାଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏଆଇଏମଆଇଏମ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ଓ ଔରଙ୍ଗାବାଦ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଏହି ବିକ୍ଷୋଭକୁ ଏକ ଡ୍ରାମାବାଜି ବୋଲି କହିଛନ୍ତି ଶିବସେନା ବିଧାୟକ ସଂଜୟ ସିରସତ।ସେ କହିଛନ୍ତି ଯେ ଶମ୍ଭାଜୀନଗର ବା ଔରଙ୍ଗାବାଦ ସହରରେ ଥିବା ଔରଙ୍ଗଜେବଙ୍କ କବରକୁ ଅନ୍ୟତ୍ର ଉଠାଇନେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ମହାରାଷ୍ଟ୍ରରୁ ଔରଙ୍ଗଜେବଙ୍କ କବର ଉଠାଇନିଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial