ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ

ଭୁବନେଶ୍ୱର: ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିକାଞ୍ଚନ ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଯାଜପୁରର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ଆଳରେ ନିକାଞ୍ଚନ ଜାଗାକୁ ଡାକି ନେଇ ସତ୍ୟ ନାରାୟଣ ସାହୁ ନାମକ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିର୍ଧୂମ ପିଟିବା ପରେ, ପିସିଆରକୁ କଲ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଭୁବନେଶ୍ୱରର ଏକ ହୋଟେଲରେ କାମ କରୁଥିବା ଜଣାଯାଇଛି। ସେ ରେଷ୍ଟୁରାଣ୍ଟରୁ କାମ ସାରି ଘରକୁ ଫେରୁଥିବା ବେଳେ, ରାସ୍ତାରେ ବସକୁ ଅପେକ୍ଷା କରିଥିଲେ ପୀଡ଼ିତା। ଅଭିଯୁକ୍ତ ସତ୍ୟ ନାରାୟଣ ସାହୁକୁ ମୈତ୍ରୀ ବିହାର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତର ଘର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣା ଉପରସାହିରେ ବୋଲି ଜଣାଯାଇଛି। ଘଟଣାର ଅଧିକ ତଦନ୍ତ ପାଇଁ ଯୁବତୀଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିଛି ପୁଲିସ।

Share Now:

Kalinga News Beuro

Next Post

ଗରିବଙ୍କ ଈଶ୍ଵର ପାଲଟିଛନ୍ତି ଡାକ୍ତର ଫାରୁକ୍‌ ହୁସେନ୍‌ : ଚାକିରି ଛାଡ଼ି କରୁଛନ୍ତି ମାଗଣା ଚିକିତ୍ସା

Fri Mar 10 , 2023
ସୁନ୍ଦରବନ: ସଂସାରରେ ଯଦିଓ ଅଧିକାଂଶ ଖରାପ ଲୋକ ଅଛନ୍ତି, ତଥାପି କିଛି ଭଲ ଲୋକ ବି ଥିବା ନଜରି ରହିଛି। ଯେଉଁଥିପାଇଁ ଉଚିତ ଭାରସାମ୍ୟ ରହିଛି। ଆଜି ଆମେ କହିବୁ ସେପରି ଜଣେ ଭଲ ଡାକ୍ତରଙ୍କ ବିଷୟରେ, ଯିଏକି ୧୦ ବର୍ଷ ହେବ ଗରିବମାନଙ୍କର ମାଗଣାରେ ଚିକିତ୍ସା କରି ଆସୁଛନ୍ତି। ଡାକ୍ତର ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ସୁନ୍ଦରବନର। ସେ ନିଜେ ପିଲାଦିନେ ଏକ ନିହାତି ଗରିବ ପରିବାର‌ରେ ଜନ୍ମ ହୋଇଥିବା […]
ଗରିବଙ୍କ ଈଶ୍ବର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial