ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି : ଭୁବନେଶ୍ବର, ଝାରସୁଗୁଡ଼ାରେ ତାପାମାତ୍ରା ୪୧ ଡିଗ୍ରି ରେକର୍ଡ

ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି

ଭୁବନେଶ୍ବର: କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ନ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି।
ଆଜି ଦିନ ୨ ଟା ୩୦ ସୁଦ୍ଧା ତାପମାତ୍ରା
ଭୁବନେଶ୍ୱର: ୪୧.୦ ଡ଼ିଗ୍ରି,ଝାରସୁଗୁଡା: ୪୧.୦ ଡ଼ିଗ୍ରି,ସମ୍ବଲପୁର: ୪୦.୬ ଡ଼ିଗ୍ରି,ଚାନ୍ଦବାଲି: ୪୦.୦ ଡ଼ିଗ୍ରି,ହୀରାକୁଦ: ୩୯.୪ ଡ଼ିଗ୍ରି,କେନ୍ଦୁଝର: ୩୭.୨ ଡ଼ିଗ୍ରି,ବାଲେଶ୍ୱର: ୩୫.୮ ଡ଼ିଗ୍ରି,ଗୋପାଳପୁର: ୩୪.୮ ଡ଼ିଗ୍ରି,ପୁରୀ:୩୩.୬ ଡ଼ିଗ୍ରି,ପାରାଦୀପ:୩୨.୦ ଡ଼ିଗ୍ରି, ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରବିବାର ଠାରୁ ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ତାପମାତ୍ରା କମିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ।

Share Now:

Kalinga News Beuro

Next Post

କୋଲ୍‌କାତା ବିମାନ ବନ୍ଦରରେ ଜେଦ୍ଦା-ହଂକଂ ପଣ୍ୟବାହୀ ବିମାନର ଜରୁରୀ ଅବତରଣ

Sat Apr 15 , 2023
କୋଲ୍‌କାତା: ସାମ୍ନା କାଚ ଚଡ଼କି (ସାମାନ୍ୟ ଫାଟିଯିବା) ଯିବାରୁ ଆଜି ଜେଦ୍ଦାରୁ ହଂକଂ ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ପଣ୍ୟବାହୀ ବିମାନ କୋଲ୍‌କାତା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉକ୍ତ ବିମାନରେ ୪ଜଣ ପରିଚାରକ ଥିଲେ। କାଚ ଚଡ଼କି ଯିବା ଦେଖି ଜରୁରୀକାଳୀନ ଅବତରଣ କରାଇବାକୁ ବିମାନର ପାଇଲଟ୍ ବାଧ୍ୟ ହୋଇଥିଲେ। ଅନୁମତି ମିଳିବା ପରେ କୋଲ୍‌କାତା ବିମାନ ବନ୍ଦରରେ ସାଉଦୀୟା ଏୟାର୍‌ ଲାଇନ୍‌ସ୍‌ର ‌ସେ ପଣ୍ୟବାହୀ ବିମାନ […]
ଜରୁରୀ ଅବତରଣ କଲା ଜେଦ୍ଦା-ହଂକଂ ପଣ୍ୟବାହୀ ବିମାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial