କୋଲ୍‌କାତା ବିମାନ ବନ୍ଦରରେ ଜେଦ୍ଦା-ହଂକଂ ପଣ୍ୟବାହୀ ବିମାନର ଜରୁରୀ ଅବତରଣ

ଜରୁରୀ ଅବତରଣ କଲା ଜେଦ୍ଦା-ହଂକଂ ପଣ୍ୟବାହୀ ବିମାନ

କୋଲ୍‌କାତା: ସାମ୍ନା କାଚ ଚଡ଼କି (ସାମାନ୍ୟ ଫାଟିଯିବା) ଯିବାରୁ ଆଜି ଜେଦ୍ଦାରୁ ହଂକଂ ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ପଣ୍ୟବାହୀ ବିମାନ କୋଲ୍‌କାତା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଉକ୍ତ ବିମାନରେ ୪ଜଣ ପରିଚାରକ ଥିଲେ। କାଚ ଚଡ଼କି ଯିବା ଦେଖି ଜରୁରୀକାଳୀନ ଅବତରଣ କରାଇବାକୁ ବିମାନର ପାଇଲଟ୍ ବାଧ୍ୟ ହୋଇଥିଲେ। ଅନୁମତି ମିଳିବା ପରେ କୋଲ୍‌କାତା ବିମାନ ବନ୍ଦରରେ ସାଉଦୀୟା ଏୟାର୍‌ ଲାଇନ୍‌ସ୍‌ର ‌ସେ ପଣ୍ୟବାହୀ ବିମାନ ଜରୁରୀ ଅବତରଣ କରିଛି।
ବିମାନ ଉଡୁଥିବା ବେଳେ କାଚ ଚଡ଼କି ଯାଇଥିବା କଥା ପାଇଲଟ୍‌ କହିଥିଲେ। ତେଣୁ, ପୂର୍ବାହ୍ନ ୧୧.୩୭ରେ ସମ୍ପୂର୍ଣ୍ଣ ଜରୁରୀ ପରିସ୍ଥିତ ଘୋଷଣା କରାଯାଇଥିଲା। ଏବଂ ବିମାନଟିକୁ ନିରାପଦରେ ଅବତରଣ କରାଇବାକୁ କୋଲ୍‌କାତା ବିମାନ ବନ୍ଦର ପ୍ରସ୍ତୁତି କରିଥିଲା। ଅପରାହ୍ନ ୧୨.୦୨ରେ ବିମାନଟି କୋଲ୍‌କାତା ବିମାନ ବନ୍ଦରରେ ନିରାପଦରେ ଅବତରଣ କରିଛି ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ କହିଛନ୍ତି। ଏହାପରେ ବିମାନ ବନ୍ଦରରୁ ସମ୍ପୂର୍ଣ୍ଣ ଜରୁରୀକାଳୀନ ଘୋଷଣା ପ୍ରତ୍ୟାହାର କରିନିଆ ଯାଇଥିଲା। ସୂଚନାଯୋଗ୍ୟ, ଅବତରଣ ବେଳେ ଦୁଘର୍ଟଣା ଘଟିବା ଆଶଙ୍କା ଥିଲେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥାଏ।

Share Now:

Kalinga News Beuro

Next Post

ମଦ ନିଷିଦ୍ଧ ରାଜ୍ୟ ବିହାରରେ ପୁଣି ବିଷାକ୍ତ ମଦ ମୃତ୍ୟୁ : ମୋତିହାରୀରେ ୮ ମୃତ

Sat Apr 15 , 2023
ପାଟନା : ମଦ ନିଷିଦ୍ଧ ଥିବା ରାଜ୍ୟ ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ମାମଲା ଦେଖାଦେଇଛି। ରାଜ୍ୟର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୨୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମୋତିହାରୀର ଲକ୍ଷ୍ମୀପୁର, ପାହାଡ଼ପୁର, ହରସିଦ୍ଧିରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୨୫ ଜଣ ଅସୁସ୍ଥ ବ୍ୟକ୍ତି ସଦର ଡାକ୍ତରଖାନାରେ […]
ବିହାରରେ ପୁଣି ବିଷାକ୍ତ ମଦ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial