କଟକ ଲିଙ୍କରୋଡରେ ବସରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର କ୍ଷତି

ଲିଙ୍କରୋଡରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ଲିଙ୍କରୋଡଠାରେ ଦେଖିବାକୁ ମିଳିଛି ଏକ ଭୟାବହ ଅଗ୍ନିକାଣ୍ଡ। ଏକ ବସରେ ନିଆଁ ଲାଗି ଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ବସଟି ଦୀର୍ଘଦିନ ହେବ ଥୁଆ ହୋଇ ରହିଥିବା ବେଳେ ଆଜି ହଠାତ ସେଥିରେ ନିଆଁ ଲାଗିଥିଲା। ବସ ପାଖରେ ଥିବା ଏକ ପାନ ଦୋକାନ ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଛି। ଦୋକାନରେ ଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବ ମାତ୍ରେ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ନିଆଁକୁ ଆୟତ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ଧୁମ୍ରପାନ ଯୋଗୁ ଏପରି ନିଆଁ ଲାଗିଛି।

Share Now:

Kalinga News Beuro

Next Post

ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

Mon Apr 17 , 2023
ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ଏପ୍ରିଲ୍‌ ୧୬ ତାରିଖ ଦିନ ଲିଖିତ ଉକ୍ତ ଚିଠିରେ ଖଡ୍‌ଗେ ମଧ୍ୟ ଦର୍ଶାଇଛନ୍ତି ଯେ, ପ୍ରତି ଦଶ ବର୍ଷରେ ହେଉଥିବା ଜନଗଣନା ୨୦୨୧ରେ ହେବା କଥା, କିନ୍ତୁ ତାହା ଏଯାବତ୍‌ ‌ହୋଇନାହିଁ। ଏହାଛଡ଼ା, ସଦ୍ୟତମ ଜାତିଭିତ୍ତିକ ଜନଗଣନାର ନିର୍ଭରଯୋଗ୍ୟ ‘ଡାଟାବେସ୍‌’ ନ ଥିବାରୁ […]
ଜାତିଭିତ୍ତିକ ଜନଗଣନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial