ଅନୁପ୍ରବେଶକାରୀଙ୍କ ଭୂସ୍ବର୍ଗ ରାଜଧାନୀ ଭୁବନେଶ୍ୱର

ରାଜଧାନୀରେ ମାଳମାଳ ଅନୁପ୍ରବେଶକାରୀ

ପୁଲିସର ନଜର ନାହିଁ,ବିଏମ୍‌ସି ପାଖରେ ତଥ୍ୟ ନାହିଁ

ଭୁବନେଶ୍ବର : ରାଜଧାନୀର ପ୍ରବେଶପଥଠୁ ନେଇ ସୀମା ଶେଷ ପର୍ଯ୍ୟନ୍ତ ସବୁଠି ଘେରି ରହିଛନ୍ତି ମାଳମାଳ ବିଦେଶୀ ଅନୁପ୍ରବେଶକାରୀ। କେଉଁଠୁ ଆସୁଛନ୍ତି, କେତେବେଳେ ଆସୁଛନ୍ତି, କେମିତି ଆସୁଛନ୍ତି ଏବଂ ସବୁ ପରେ ଏଠାରେ ସେମାନେ କ’ଣ କରୁଛନ୍ତି, ତାହା ଉପରେ କେହି ନଜରରେ ମଧ୍ୟ ରଖୁନାହାନ୍ତି। ସ୍ମାର୍ଟସିଟି ଭୁବନେଶ୍ବରରେ ଏମାନଙ୍କ ସଂଖ୍ୟା କେତେ, ତା’ର ତଥ୍ୟ ବି କାହା ପାଖରେ ନାହିଁ। ସ୍ଥାନୀୟ ପୁଲିସ କି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କେହି କିଛି ଜାଣନ୍ତି ନାହିଁ। ଆଉ ଏହାର ସୁଯୋଗ ନେଇ ବେଆଇନ ଭାବେ ସହର ଭିତରେ ବସତି ସ୍ଥାପନ କରି ରହି ଯାଇଥିବା ଏହି ଅନୁପ୍ରବେଶକାରୀମାନେ ଛୋଟ ଚୋରିଠୁ ଆରମ୍ଭ କରି ବଡ଼ ନିଶା କାରବାର ପର୍ଯ୍ୟନ୍ତ ନାନା ଅପରାଧ ଘଟାଇ ଚାଲିଛନ୍ତି। ଡୁମୁଡୁମା ରଘୁନାଥନଗର, ବାଣୀବିହାର, ମାଳିସାହି, ଝାରପଡ଼ା, ସୁନ୍ଦରପଦା, ରସୁଲଗଡ଼ ଶିଳ୍ପାଞ୍ଚଳ ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ଅନୁପ୍ରବେଶକା‌ରୀ ବେଆଇନ ଭାବେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବାଂଲାଦେଶୀ। ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଏମାନେ ଫେରିବାଲା, ଜରି ଗୋଟାଳି, ମାର୍ବଲ ମିସ୍ତ୍ରି, ରଙ୍ଗ ମିସ୍ତ୍ରି ଭାବେ କାମ କରୁଛନ୍ତି। ଏହି କାମ କରିବା ପାଇଁ ନିଜର କୌଣସି ସ୍ବତନ୍ତ୍ର ପରିଚୟ ଆବଶ୍ୟକ ନଥିବାରୁ ଏହା ସେମାନଙ୍କ ପାଇଁ ସୁବିଧା ହୋଇଛି। ଆଉ ଏମାନଙ୍କର କୌଣସି ନିର୍ଦ୍ଦିଷ୍ଟ ହିସାବ କାହା ପାଖରେ ରହୁନଥିବାରୁ ସେମାନଙ୍କ ଅପରାଧ ପଞ୍ଜିକାର ହିସାବ କାହା ପାଖରେ ନାହିଁ।

ଅପରପକ୍ଷରେ ଏହି ଅନୁପ୍ରବେଶକାରୀଙ୍କ ଜନବସତି ଗଢ଼ି ଉଠିଥିବା ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଗମନାଗମନ ସୁବିଧା ବେଶ୍ ସହଜ। ପଶ୍ଚିମବଙ୍ଗରୁ ଆଇଗିଣିଆ ଆଳୁଗଦିକୁ ଆଳୁଟ୍ରକ୍‌ ତଥା ବିଭିନ୍ନ ମାଲ୍‌ଗାଡ଼ି ନିତିଦିନ ଯାତାୟାତ କରେ। ସେମାନେ ଏହି ଗାଡ଼ିରେ ଆସିବା ପରେ ଆଇଗିଣିଆ ଛକ ପୂର୍ବରୁ ଅର୍ଥାତ୍ ଏମ୍ସ ଅଣ୍ଡରପାସ୍‌ ଛକରୁ ଓହ୍ଲାଇ ବିଜୁପଟ୍ଟାନୟକ ପୁଲିସ ଏକାଡେମିକୁ ଲାଗିଥିବା ପରିତ୍ୟକ୍ତ ଅଞ୍ଚଳ ଦେଇ ଯାତାୟାତ କରନ୍ତି। ନଚେତ୍ କବାଡ଼ିଆ ଖାନା ମଧ୍ୟ ଏମାନଙ୍କ ପାଇଁ ବିକଳ୍ପ ରାସ୍ତା। ସେହିଭଳି ଅନ୍ୟ ଏକ ବିକଳ୍ପ ସୁବିଧା ହେଲା ରେଳପଥ। ମାଷ୍ଟରକ୍ୟାଣ୍ଟିନ୍‌ ନିକଟସ୍ଥ ମାଳିସାହି ଓ ରସୁଲଗଡ଼ରୁ ଏହାର ଆଖାପାଖ ଶିଳ୍ପାଞ୍ଚଳ। ଯେକେହି ଏହି ସ୍ଥାନଗୁଡ଼ିକରୁ ଯେକୌଣସି ସମୟରେ ମାତ୍ର କିଛି ମିନିଟ୍ ମଧ୍ୟରେ ରାଜ୍ୟ ବାହାରକୁ ଯାଇପାରିବ। ସେହିଭଳି ଭୁବନେଶ୍ବରର ପ୍ରବେଶପଥ ରସୁଲଗଡ଼ ଶିଳ୍ପାଞ୍ଚଳଠୁ ନେଇ ଡୁମୁଡୁମା ରଘୁନାଥନଗର ପର୍ଯ୍ୟନ୍ତ ଏମାନଙ୍କର ବସତି ଓ ଅବାଧ ଚଳପ୍ରଚଳ ରହିଛି।

Share Now:

Kalinga News Beuro

Next Post

କୋରାପୁଟରେ ପ୍ରବଳ ବର୍ଷା: ଭୂସ୍ଖଳନ ହେତୁ ଜାତୀୟ ରାଜପଥ-୨୬ ଅବରୋଧ

Mon Sep 27 , 2021
କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବରେ ଗତ ୬ ଘଣ୍ଟା ମଧ୍ୟରେ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପଟାଙ୍ଗିରେ ସର୍ବାଧିକ ୧୫୦ ମିମିରୁ ଅଧିକ ବର୍ଷା ହୋଇଛି। ଭୂସ୍ଖଳନ ହେତୁ ରାଲେଗଡା ଠାରେ ଜାତୀୟ ରାଜପଥ-୨୬ ଅବରୋଧ ହୋଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଘାଟିର ରାଲେଗଡା ଓ ସୁଙ୍କି ଗ୍ରାମ ନିକଟରେ ମାଟି ଅତଡା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ଅବରୋଧ […]
କୋରାପୁଟରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial