ବର୍ଷାରେ ଧସିଥିଲା ମାଟି, ମିଳିଲା ଦୁଇ ସୁଡ଼ଙ୍ଗର ସନ୍ଧାନ

ରାଉରକେଲା: ଲଗାଣ ବର୍ଷା ଯୋଗୁ ଧସିଥିଲା ମାଟି। ପାଣି କମିବା ପରେ ଆବିଷ୍କାର ହେଲା ଗୋଟିଏ ନୁହେଁ, ଦୁଇଟି ସୁଡ଼ଙ୍ଗ। ମାତ୍ର ସୁଡ଼ଙ୍ଗ ସମ୍ପର୍କରେ କୌଣସି ଆଦି ଅନ୍ତ ମିଳୁନଥିବାରୁ ଭୁବନେଶ୍ୱରରୁ ଜିଓଲୋଜିକାଲ୍‌ ସର୍ଭେ ଅଫ୍ ଇଣ୍ଡିଆର କର୍ମଚାରୀ ଆଜି ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଆସନ୍ତାକାଲି ସୁଡ଼ଙ୍ଗ ସମ୍ପର୍କରେ ଅନୁଧ୍ୟାନ କରିବେ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିଲା। ଏହାର ପ୍ରଭାବରେ ରବିବାର ରାତିରେ ବିଶ୍ରା ବ୍ଲକ୍‌ ଜବାଘାଟ ନିକଟରେ ୩୦ ଫୁଟ୍‌ ତଳକୁ ମାଟି ଧସି ଯାଇଥିଲା।


ସୋମବାର ସକାଳେ ପାଣି କମିବା ପରେ ସେଠାରେ ସୁଡ଼ଙ୍ଗ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହିତ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସୁଡ଼ଙ୍ଗ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ତେବେ ଅଧିକ ତଥ୍ୟ ମିଳିବା ପୂର୍ବରୁ ଆଉ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଥିଲା। ଦ୍ୱିତୀୟ ସୁଡ଼ଙ୍ଗକୁ ମାଟି ଧସିଥିବା ସ୍ଥାନଠାରୁ ୫୦ ମିଟର ଦୂରରେ ଆବିଷ୍କାର କରାଯାଇଥିଲା। ତେବେ ସୁଡ଼ଙ୍ଗ ଭିତରକୁ ଯିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଭୟ କରିଥିଲେ। ଏହି କାରଣରୁ ସନ୍ଧାନ ମିଳିଥିବା ଦୁଇଟି ସୁଡ଼ଙ୍ଗ ସମ୍ପର୍କରେ କୌଣସି ଠୋସ୍‌ ସୂଚନା ମିଳିନାହିଁ। ଅଧିକ ତଥ୍ୟ ହାସଲ ପାଇଁ ଜିଲ୍ଲା ପ୍ରଶାସନ ଭୁବନେଶ୍ୱର ସ୍ଥିତ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ଅବଗତ କରାଇଛି। ଆଶା କରାଯାଉଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବିଶେଷଜ୍ଞମାନେ ଏହି ଦୁଇଟି ସୁଡ଼ଙ୍ଗ ସମ୍ପର୍କରେ କିଛି ରୋଚକ ତଥ୍ୟ ପଦାକୁ ଆଣିବେ।

Share Now:

Kalinga News Beuro

Leave a Reply

Next Post

କରୁଣାନିଧିଙ୍କୁ ମେରିନା ବିଚ୍‌ରେ ସମାଧି ଦିଆଯିବ: ମାଡ୍ରାସ୍‌ ହାଇକୋର୍ଟ

Wed Aug 8 , 2018
ଚେନ୍ନାଇ: କରୁଣାନିଧିଙ୍କୁ ମେରିନା ବିଚ୍‌ରେ ସମାଧି ଦିଆଯିବ ବୋଲି ବୁଧବାର ଦିନ ମାଡ୍ରାସ୍‌ ହାଇକୋର୍ଟ ରାୟ ଶୁଣାଇଛନ୍ତି। ପରଲୋକଗତ ନେତା ଏମ୍‌ କରୁଣାନିଧିଙ୍କ ସମାଧିସ୍ଥଳ ଚୟନ ବିଷୟରେ ତାମିଲନାଡୁରେ ଡିଏମ୍‌କେ କର୍ମୀଙ୍କ ମଧ୍ୟରେ ଭାବାବେଗ ବୃଦ୍ଧି ପାଇଥିଲା। ଔପଚାରିକଭାବେ ତାଙ୍କ ମୃତ୍ୟୁ ଘୋଷଣା ହେବା ପୂର୍ବରୁ ମଧ୍ୟ ତାଙ୍କ ସମାଧିସ୍ଥଳ ସଂକ୍ରାନ୍ତରେ ବିବାଦ ଉପୁଜିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ୍‌ ଅନ୍ନାଦୁରାଇ, ଏମ୍‌ଜି ରାମଚନ୍ଦ୍ରନ୍‌ ଏବଂ ଜେ ଜୟଲଳିତା ଆଦି ମୁଖ୍ୟମନ୍ତ୍ରୀଙ୍କ ସମାଧିସ୍ଥଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial