କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବଙ୍କ ସମୀକ୍ଷା

କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ। ହସ୍ପିଟାଲର ବିଭିନ୍ନ ୱାର୍ଡ ସମେତ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ଟ୍ରମା କେୟାର୍‌ ଓ ଅନ୍ୟାନ୍ୟ ଉନୟନମୂଳକ କାର୍ଯ୍ୟ ବୁଲି ସମୀକ୍ଷା କରିଛନ୍ତି। ‘ଆମ ହସ୍ପିଟାଲ’ ଅଧୀନରେ ଚାଲିଥିବା‌ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ହସ୍ପିଟାଲ କର୍ମଚାରୀ ଓ ଇଞ୍ଜିନିୟର୍‌ମାନଙ୍କ ସହ ଆଲୋଚନା କରି ଲାଗିବାକୁ ଥିବା ପୋଷ୍ଟର୍‌, ବ୍ୟାନର୍‌ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ସମୟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସମେତ ହସ୍ପିଟାଲ ଓ ପିଜିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା : ୨ ଅଭିଯୁକ୍ତ ଚିହ୍ନଟ, ୧୦ ଜଣଙ୍କୁ ଥାନାରେ ପଚରାଉଚରା

Sun Jun 18 , 2023
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ୧୦ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ଘଟଣା ସହ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଟକ ଥିବା ୧୦ ଜଣଙ୍କୁ ଠାକୁରମୁଣ୍ଡା ଥାନାରେ ପଚରାଉଚରା କରାଯାଇଛି। ଏଥିସହ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶିମିଳିପାଳରେ ପୁଣି ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ […]
ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial