ଦୀପାବଳିରେ ନ୍ୟୁୟର୍କରେ ସ୍କୁଲ ଛୁଟି ରହିବ : ଗୃହୀତ ହେଲା ବିଲ୍

ଦୀପାବଳିରେ ନ୍ୟୁୟର୍କରେ ସ୍କୁଲ ଛୁଟି

ନ୍ୟୁୟର୍କ : ଆମେରିକାର ପେନ୍ସିଲଭାନିଆ ପରେ ନ୍ୟୁୟର୍କରେ ମଧ୍ୟ ଦୀପାବଳିରେ ସ୍କୁଲ ଛୁଟି ରହିବ। ଏ ନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ଏକ ବିଲ୍ ଗୃହୀତ ହୋଇଛି। ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ ହୋଇଥିଲା। ଗତ ସପ୍ତାହରେ ଅଧିବେଶନ ଶେଷ ହେବା ପୂର୍ବରୁ ଉଭୟ ସିନେଟ୍ ଓ ବିଧାନସଭାରେ ମତଦାନ ହୋଇଥିଲା। ଏବେ ଏ ସଂକ୍ରାନ୍ତରେ ଆଇନ ପ୍ରଣୟନ ପାଇଁ ଗଭର୍ଣ୍ଣର କ୍ୟାଥି ହୋଚୁଲଙ୍କ ନିକଟକୁ ବିଲ୍ ପଠାଯାଇଛି। ଗଭର୍ଣ୍ଣରଙ୍କ ସ୍ଵାକ୍ଷର ପରେ ଏହା ଆଇନରେ ପରିଣତ ହେବ।
ଏହି ଆଇନ ପାରିତ ହେବା ପରେ ମେୟର ଏରିକ୍ ଆଡାମ୍ସ ଦୀପାବଳିକୁ ପାଳନ କରୁଥିବା ୨ ନିୟୁତରୁ ଅଧିକ ନ୍ୟୁୟର୍କବାସୀଙ୍କ ପାଇଁ ସ୍କୁଲ ଛୁଟି ଘୋଷଣା କରିପାରିବେ। ଏହା ଦ୍ୱାରା ନ୍ୟୁୟର୍କରେ ରହୁଥିବା ହିନ୍ଦୁ, ଶିଖ, ଜୈନ କିମ୍ବା ବୌଦ୍ଧ ସମ୍ପ୍ରଦାୟର ଭାରତୀୟମାନେ ଉପକୃତ ହେବେ। କେବଳ ପେନସିଲଭାନିଆ ବା ନ୍ୟୁୟର୍କ ନୁହେଁ, ଆମେରିକାର ସଂଘୀୟ ସରକାର ବି ଦୀପାବଳିକୁ ଛୁଟି ଘୋଷଣା କରିବାକୁ ଯୋଜନା କରୁଛନ୍ତି। ଯଦି ଦୀପାବଳି ଦିବସ ଆଇନକୁ ରାଷ୍ଟ୍ରପତି ଆଇନରେ ପରିଣତ କରନ୍ତି, ତେବେ ଦୀପାବଳି ପର୍ବ ଆମେରିକାରେ ଦ୍ୱାଦଶ ସ୍ୱୀକୃତିପ୍ରାପ୍ତ ଛୁଟିରେ ପରିଣତ ହେବ। ଏହା ପୂର୍ବରୁ ଏହି ବିଲ୍ ଦୁଇ ଥର ବିଫଳ ହୋଇଥିଲା। ୨୦୨୧ରେ ପ୍ରଥମେ ଏହି ବିଲ୍ ଆଗତ ହୋଇଥିଲା, ଯେଉଁଥିରେ ବିଫଳ ହେବା ପରେ ୨୦୨୨ ଅକ୍ଟୋବରରେ ଏହାକୁ ପୁଣି ଥରେ ଆଗତ କରାଯାଇଥିଲା।

Share Now:

Kalinga News Beuro

Next Post

ସୁରକ୍ଷା ମାଗିଲେ ‘ଆଦିପୁରୁଷ’ର ଲେଖକ ମନୋଜ ମୁନ୍ତାଶିର

Mon Jun 19 , 2023
ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ ‘ରାମାୟଣ’ର ଚରିତ୍ର ମାନଙ୍କୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୁଲିସର ସୁରକ୍ଷା ଲୋଡିଛନ୍ତି। କୁହାଯାଉଛି ଯେ ବିବାଦ ମଧ୍ୟରେ ମନୋଜ ମୁନ୍ତାଶିର ନିଜ ଜୀବନ ଉପରେ ବିପଦ ଥିବା ନେଇ ଆଶଙ୍କା […]
ସୁରକ୍ଷା ମାଗିଲେ ‘ଆଦିପୁରୁଷ’ର ଲେଖକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial