ସୁରକ୍ଷା ମାଗିଲେ ‘ଆଦିପୁରୁଷ’ର ଲେଖକ ମନୋଜ ମୁନ୍ତାଶିର

ସୁରକ୍ଷା ମାଗିଲେ ‘ଆଦିପୁରୁଷ’ର ଲେଖକ

ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ ‘ରାମାୟଣ’ର ଚରିତ୍ର ମାନଙ୍କୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୁଲିସର ସୁରକ୍ଷା ଲୋଡିଛନ୍ତି। କୁହାଯାଉଛି ଯେ ବିବାଦ ମଧ୍ୟରେ ମନୋଜ ମୁନ୍ତାଶିର ନିଜ ଜୀବନ ଉପରେ ବିପଦ ଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ମୁନ୍ତାଶିରଙ୍କ ଆବେଦନ ଉପରେ ବିଚାର କରିବା ପରେ ମୁମ୍ବାଇ ପୁଲିସ ସୁରକ୍ଷା ଯୋଗାଇବା ନେଇ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିିଛି।
ସୁପରଷ୍ଟାର ପ୍ରଭାସ, ଅଭିନେତ୍ରୀ କ୍ରିତି ସାନନ୍ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଶୁକ୍ରବାର ଅର୍ଥାତ୍ ଜୁନ୍ ୧୬ରେ ମୁକ୍ତିଲାଭ କରିଥିଲା। ମୁକ୍ତିଲାଭ କରିବା ପରେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଥିବା ଦେଖିବାକୁ ମିଳିଛି। ଫିଲ୍ମଟି ୨ଦିନରେ ୧୫୦କୋଟିରୁ ଅଧିକ ଆୟ କରିଥିବା ବେଳେ କିଛି ଦିନ ମଧ୍ୟରେ ୨୦୦କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି। ତେବେ ଫିଲ୍ମରେ ଅତି ନିମ୍ନ ମାନର ସଂଳାପ କେତୋଟି ରହିଛି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସଂଳାପଗୁଡ଼ିକ ହେଲା: ‘ମରେଗା ବେଟେ’, ‘ବୁଆ କା ବଗିଚା ହୈଁ କ୍ୟା’ ଏବଂ ‘ଜଲେଗି ତେରେ ବାପ୍‌ କି’ ଇତ୍ୟାଦି। ‘ଆଦିପୁରୁଷ’ ଫିଲ୍ମକୁ ସାରା ଦେଶରେ ବିରୋଧ କରାଯାଉଛି। ଫିଲ୍ମ ନିର୍ମାତାମାନେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ଦାବି କରାଯାଉଛି। କେବଳ ଏତିକି ନୁହେଁ, ବିଜେପି ସମେତ ସମସ୍ତ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି ଫିଲ୍ମକୁ ବିରୋଧ କରୁଛନ୍ତି ଏବଂ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ବିଏମ୍‌ସିରେ ଆଉ ୩ ଗୋଟି ନୂଆ ଜୋନକୁ ସରକାରୀ ସ୍ୱୀକୃତି

Mon Jun 19 , 2023
ଭୁବନେଶ୍ୱର : ପଞ୍ଚାୟତରୁ ଗାଁକୁ ଆଣି ବିଏମ୍‌ସିରେ ମିଶାଇଦେଲେ। ହେଲେ ସେବା ଯୋଗାଇ ପାରିଲେନି। କେଉଁଠି ଅଳିଆ ଉଠୁନି, କେଉଁଠି ଲାଇଟ୍‌ ଜଳୁନି। କାହା ପାଇଁ ଡ୍ରେନ୍‌ ସ୍ଵପ୍ନ। କିଏ କହିଲାଣି, ‘ପଞ୍ଚାୟତରେ ଭଲ ଥିଲୁ ଆମକୁ ପଞ୍ଚାୟତକୁ ଫେରାଇ ନିଅ।’ ବିଏମ୍‌ସି ବି କିଂକର୍ତ୍ତବ୍ୟବିମୁଢ଼। ୬୭ ୱାର୍ଡ ପାଇଁ ଯେଉଁଠି ୬୭ ୱାର୍ଡ ଅଫିସର ନାହାନ୍ତି ସେଠାରେ ସେବା କ’ଣ ଯୋଗାଇବେ? ତେବେ ଏ ସବୁ ସମସ୍ୟା ସମାଧାନ […]
୬ ଜୋନ୍‌ ବିଶିଷ୍ଟ ହେବ ବିଏମ୍‌ସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial