ବଦଳିବ ରାଜ୍ୟର ପାଣିପାଗ : ରଥଯାତ୍ରାରେ ବର୍ଷାରେ ଭିଜିବ ଶ୍ରୀକ୍ଷେତ୍ର

ବଦଳିବ ରାଜ୍ୟର ପାଣିପାଗ

ଭୁବନେଶ୍ୱର: ରାଜ୍ୟର ପାଣିପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିରେ କୁହାଯାଇଛି ଯେ ଉପକୂଳରେ ଗରମ କମିଯିବ, କିନ୍ତୁ ପଶ୍ଚିମ ଓଡ଼ିଶାରେ ଆଉ କିଛି ଦିନ ଯାଏ ଗ୍ରୀଷ୍ମପ୍ରବାହର ସ୍ଥିତି ଜାରି ରହିବ। ମୌସୁମୀ ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ହୋଇଛି। ଦୁଇ ତିନି ଦିନ ଭିତରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେଇଯିବ। ରାଜ୍ୟରେ ଧୀରେ ଧୀରେ ବର୍ଷାର ମାତ୍ରା ବଢିବ। ଏଲନିନୋର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନଥାଏ। ତେଣୁ ରାଜ୍ୟରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।
ଏଣେ ରଥଯାତ୍ରାରେ ପୁରୀରେ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରଥଯାତ୍ରାରେ ପୁରୀରେ ଆକାଶ ମେଘୁଆ ରହିବ, ଗୁଳୁଗୁଳି କମିଯିବ। ଆସନ୍ତାକାଲି ରଥଯାତ୍ରା। ଗରମ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏବେ ପାଣିପାଗ ନେଇ ପୂର୍ବାନୁମାନ ହେତୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରଥଯାତ୍ରାରେ ଗରମ ଗୁୂଳୁଗୁଳିର ମାତ୍ରା କିଛିଟା କମିବ ଓ ଯାତ୍ରା ସମୟରେ ତାତି ଖସିବ ବୋଲି ଆକଳନ କରାଯାଇଛି। ଦିନକରେ ୩ରୁ ୫ ଡିଗ୍ରି ତାପମାତ୍ରା କମିବ। ୨୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିଭଳି ୨୨ରେ କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ତିନିଦିନିଆ ଆମେରିକା ଗସ୍ତରେ ମୋଦୀ

Tue Jun 20 , 2023
ନ୍ୟୁୟର୍କ: ଆଜି ସକାଳେ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ବିଳମ୍ବିତ ରାତିରେ ନ୍ୟୁୟର୍କରେ ପହଞ୍ଚିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ଏଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ […]
ତିନିଦିନିଆ ଆମେରିକା ଗସ୍ତରେ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial