ରାଜ୍ୟରେ ସରୁନି ଜଳସେଚନ ପ୍ରକଳ୍ପ କାମ : ବଢୁଛି ବ୍ୟୟ ଅଟକଳ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧୀନ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତିକୁ ବିଧାନସଭାରେ ଆସିଲା ସାଙ୍ଘାତିକ ଉତ୍ତର। ଲୋୟର ସୁକେତଲ ପ୍ରକଳ୍ପ ୧୯୯୭ ମସିହା ଆରମ୍ଭ ହୋଇଥିବାବେଳେ ପ୍ରକଳ୍ପ ଲାଗି ବ୍ୟୟ ବରାଦ ଥିଲା ୨୧୭ କୋଟି। ବର୍ତ୍ତମାନ ପ୍ରକଳ୍ପ ମୂଲ୍ୟ ବଢି ୫୨୫୯ କୋଟିରେ ପହଁଚିଥିବା ବେଳେ ୨୦୨୩-୨୪ ରେ ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆନନ୍ଦପୁର ସମ୍ୱନିତ ପ୍ରକଳ୍ପ ୨୦୦୫-୦୬ ରେ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ମୂଲ୍ୟ ଥିଲା ୫୮୧ କୋଟି ବର୍ତ୍ତମାନ ତାହା ବଢି ୨୯୯୦ କୋଟି ରେ ପହଁଛିଛି।
୨୦୨୫-୨୬ ରେ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସୁବର୍ଣ୍ଣରେଖା ପ୍ରଥମ ପର୍ଯ୍ୟାୟ ୧୯୮୧-୮୨ ରେ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ମୂଲ୍ୟ ଥିଲା ୨୮୫ କୋଟି ବର୍ତ୍ତମାନ ତାହା ବଢି ୧୦ ହଜାର ୨୦୯ କୋଟିରେ ପହଁଚିଛି। ୨୦୨୩-୨୪ ରେ କାର୍ଯ୍ୟ ଶେଷ ହେବ। ଦେଓ ଜଳସେଚନ ପ୍ରକଳ୍ପ ୧୯୯୧-୯୨ ରେ ଆରମ୍ଭ ହୋଇଥିବା ବେଳେ ୮୧ କୋଟି ଥିଲା ମୂଳ ପ୍ରକଳ୍ପ ମୂଲ୍ୟ ବର୍ତ୍ତମାନ ତାହା ବଢି ୯୪୧ କୋଟିରେ ପହଁଚିଛି। ୨୦୨୫-୨୬ ସୁଦ୍ଧା କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ଅଙ୍ଗ ସମ୍ପ୍ରସାରଣ କାର୍ଯ୍ୟ ୧୯୭୪ ରେ ଆରମ୍ଭ ହୋଇଥିଲା ପ୍ରକଳ୍ପ ମୂଲ୍ୟ ୨୬ କୋଟି ଥିବା ବେଳେ ବର୍ତ୍ତମାନ ତାହା ବଢି ୨୪୨ କୋଟି ରେ ପହଁଚିଛି। ୨୦୨୩-୨୪ ରେ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ମହେନ୍ଦ୍ର ତନୟା, କୁସୁମୀ, ରାଜୁଆ, ଘଟକେଶ୍ୱର, କାନପୁର, ଭଳି ପ୍ରକଳ୍ପର ବି ମୂଲ୍ୟ ବଢ଼ିବା ସହ ସମୟ ଗଡ଼ି ଚାଲିଛି। ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନ ରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ଦେଇଛନ୍ତି।

Share Now:

Kalinga News Beuro

Next Post

କାର୍ଯ୍ୟକାଳ ବୃଦ୍ଧି ପାଇଁ ଆଗ୍ରହୀ ନୁହନ୍ତି ରାହୁଲ୍‌ : ପରବର୍ତ୍ତୀ ହେଡ୍‌ କୋଚ୍‌ ହେବେ ଭି.ଭି.ଏସ୍‌. ଲକ୍ଷ୍ମଣ

Thu Nov 23 , 2023
ମୁମ୍ବାଇ: ବିଶ୍ୱକପ୍‌ କ୍ରିକେଟ୍‌ ମ୍ୟାଚ୍‌ ଶେଷ ହେବା ସହିତ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ପ୍ରଖ୍ୟାତ ବ୍ୟାଟ୍‌ସ୍‌ମ୍ୟାନ୍‌ ରାହୁଲ୍‌ ଦ୍ରାବିଡ଼ଙ୍କର ଦୁଇବର୍ଷିଆ ରାଜିନାମା ମଧ୍ୟ ଶେଷ ହୋଇଛି ବୋଲି ‘ବିସିସିଆଇ’ସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ରାଜିନାମା ସମୟ ବୃଦ୍ଧି କରିବା ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌କୋଚ୍‌ ପଦବୀରେ ରହିବାକୁ ଅନାଗ୍ରହୀ ବୋଲି ନିଜେ ନିଷ୍ପତ୍ତି ନେବା ସହିତ ଏ କଥା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial