ତିନିଦିନିଆ ଆମେରିକା ଗସ୍ତରେ ମୋଦୀ

ତିନିଦିନିଆ ଆମେରିକା ଗସ୍ତରେ ମୋଦୀ

ନ୍ୟୁୟର୍କ: ଆଜି ସକାଳେ ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ବିଳମ୍ବିତ ରାତିରେ ନ୍ୟୁୟର୍କରେ ପହଞ୍ଚିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଆମେରିକା ଗସ୍ତରେ ଯାଇଥିବାବେଳେ ଏଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ। ଯେଉଁଥିରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଅଛି। ମିଳିଥିବା ସୂଚନା ମୁତାବକ ଭାରତରେ ଯୁଦ୍ଧ ବିମାନର ଇଞ୍ଜିନ ନିର୍ମାଣ ପାଇଁ ଆମେରିକା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ବୈଠକ ପରେ ଇଞ୍ଜିନ ନିର୍ମାଣ କାମ ଆରମ୍ଭ ହୋଇପାରେ। ଜିଇ-ଏଫ୪୧୪ ଜେଟ୍ ଇଞ୍ଜିନର ଶତ ପ୍ରତିଶତ ଟେକ୍ନୋଲୋଜି ଦେବାକୁ ଆମେରିକା ସହିତ ଏକ ଚୁକ୍ତିନାମା ହୋଇଥିଲା।
ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ର ସହଯୋଗରେ ଜେନେରାଲ୍ ଇଲେକ୍ଟ୍ରିକ୍ ଏହାକୁ ଭାରତରେ ନିର୍ମାଣ କରିବ। ତେଣୁ କିଭଳି ଭାରତରେ ଇଞ୍ଜିନ ନିର୍ମାଣ ଶୀଘ୍ର ହୋଇପାରିବ, ସେବାବଦରେ ଆଲୋଚନା ହେବ। ସେହିପରି ଆମେରିକୀୟ ଭିସା ପାଇବା ପାଇଁ ଭାରତୀୟମାନଙ୍କୁ ଅଧିକ ସଂଘର୍ଷ କରିବାକୁ ପଡୁଛି। ବେଳେବେଳେ ଭିସା ପାଇବା ପାଇଁ ୬୦୦ ଦିନରୁ ଅଧିକ ସମୟ ଲାଗୁଛି। କୁହାଯାଉଛି ଯେ ମୋଦୀଙ୍କ ଆମେରିକୀୟ ଗସ୍ତ ସମୟରେ ଏହା ଉପରେ ମଧ୍ୟ ଆଲୋଚନା କରାଯାଇପାରେ। ଏହାପୂର୍ବରୁ କିଛି ଆମେରିକୀୟ ସାଂସଦ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ଭାରତୀୟଙ୍କ ପାଇଁ ଭିସା ଅପେକ୍ଷା ସମୟ ହ୍ରାସ କରିବାକୁ ଦାବି କରାଯାଇଥିଲା। ଆଉ ଯଦି ଆଲୋଚନା ସଫଳ ହୁଏ, ତେବେ ଭାରତୀୟମାନଙ୍କୁ ଆମେରିକୀୟ ଭିସା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଆମେରିକୀୟ କମ୍ପାନୀର ସିଇଓଙ୍କୁ ଭେଟିବେ। ଏହା ପରେ ସେ ବୁଧବାର ମିଳିତ ଜାତିସଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସରେ ବି ସାମିଲ ହେବେ।

Share Now:

Kalinga News Beuro

Next Post

ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଘାତକ ଡ୍ରୋନ : ୨୦ ହଜାର ଫୁଟ ଉଚ୍ଚତାରେ ଉଡ଼ି ବୋମାବର୍ଷଣ କରିପାରିବ

Tue Jun 20 , 2023
ନୂଆଦିଲ୍ଲୀ : ଭାରତ ସରକାର ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବା ନିଷ୍ପତ୍ତି ନେବା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏହି ଶକ୍ତିଶାଳୀ ଡ୍ରୋନ ବିଶ୍ୱର ଅଳ୍ପକିଛି ଦେଶଙ୍କୁ ହିଁ ଆମେରିକା ବିକିଛି। ତେବେ କେବଳ ବିଦେଶୀ ଡ୍ରୋନ ନୁହେଁ ସ୍ୱଦେଶୀ ଜ୍ଞାନକୌଶଳରେ ବି ଡ୍ରୋନର ବିକାଶ କରୁଛି ଭାରତ। ଭାରତୀୟ ନୌସେନା ଏବଂ ଡିଆରଡିଓର ଏକ ଟିମ୍ ୧୬ ଜୁନ୍ ୨୦୨୩ରେ ଭାରତରେ ନିର୍ମିତ ପ୍ରଥମ […]
ଭାରତ ନିର୍ମାଣ କରିଛି ଘାତକ ଡ୍ରୋନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial