ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଘାତକ ଡ୍ରୋନ : ୨୦ ହଜାର ଫୁଟ ଉଚ୍ଚତାରେ ଉଡ଼ି ବୋମାବର୍ଷଣ କରିପାରିବ

ଭାରତ ନିର୍ମାଣ କରିଛି ଘାତକ ଡ୍ରୋନ

ନୂଆଦିଲ୍ଲୀ : ଭାରତ ସରକାର ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବା ନିଷ୍ପତ୍ତି ନେବା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏହି ଶକ୍ତିଶାଳୀ ଡ୍ରୋନ ବିଶ୍ୱର ଅଳ୍ପକିଛି ଦେଶଙ୍କୁ ହିଁ ଆମେରିକା ବିକିଛି। ତେବେ କେବଳ ବିଦେଶୀ ଡ୍ରୋନ ନୁହେଁ ସ୍ୱଦେଶୀ ଜ୍ଞାନକୌଶଳରେ ବି ଡ୍ରୋନର ବିକାଶ କରୁଛି ଭାରତ। ଭାରତୀୟ ନୌସେନା ଏବଂ ଡିଆରଡିଓର ଏକ ଟିମ୍ ୧୬ ଜୁନ୍ ୨୦୨୩ରେ ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ମାନବବିହୀନ ଡ୍ରୋନ ତାପସର ସଫଳର ପରୀକ୍ଷଣ କରିଥିଲେ। କାରୱାର ନୌସେନା ଘାଟିଠାରୁ ୧୪୮ କିଲୋମିଟର ଦୂରରେ ଥିବା ଗ୍ରାଉଣ୍ଡ ଷ୍ଟେସନରେ ଏହି ଡ୍ରୋନ ୨୦ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବାରେ ସଫଳ ହୋଇଥିଲା। ଏବେ ଏହି ସ୍ୱଦେଶୀ ଡ୍ରୋନ ସୀମା ଉପରେ ନଜର ରଖିବା ସହ ଶତ୍ରୁଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଇପାରିବ।
ଏହି ଡ୍ରୋନର ନିର୍ମାଣ କାର୍ଯ୍ୟ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା। ତେବେ ଏହାକୁ ଏପର୍ଯ୍ୟନ୍ତ ଭାରତୀୟ ସେନାରେ ସାମିଲ କରାଯାଇନାହିଁ। ଏହି ଉଡ଼ାଣ ପରେ ଏହା ଖୁବଶୀଘ୍ର ଭାରତୀୟ ସେନାରେ ଯୋଗ ଦେବ ବୋଲି ଜଣାପଡିଛି। ତାପସ ବିଏଚ ୨୦୧ ଡ୍ରୋନ୍ ହେଉଛି ଏକ ଲଢୁଆ ଡ୍ରୋନ୍, ଯାହା ପ୍ରାୟ ୩୫୦ କେଜି ଓଜନ ବହନ କରି ଉଡିପାରିବ। ଏହି ଡ୍ରୋନର ଲମ୍ବ ୯.୫ ମିଟର ଏବଂ ଏହାର ପାଖାର ପ୍ରସ୍ଥ ୨୦.୬ ମିଟର। ତାପସ ଡ୍ରୋନର ଓଜନ ୧୮୦୦ କିଲୋଗ୍ରାମ ଏବଂ ଏହାର ପାଖାରେ ଦୁଇଟି ଏନପିଓ ସାଟର୍ଣ୍ଣ ୩୬ଟି ଟର୍ବୋପ୍ରୋପ୍ ଇଞ୍ଜିନ ରହିଛି। ଏହି ଦୁଇଟି ଇଞ୍ଜିନ ୨୦୦ ହର୍ସପାୱାର ଶକ୍ତି ଦେଇପାରିବ।

Share Now:

Kalinga News Beuro

Next Post

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା : ପୂର୍ବଭାରତରେ ସକ୍ରିୟ ହେବ ମୌସୁମୀ

Tue Jun 20 , 2023
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଲୋକମାନେ ଆତୁର ହୋଇ ମୌସୁମୀର ଆଗମନକୁ ଚାହିଁ ବସିଛନ୍ତି। କିନ୍ତୁ ମୌସୁମୀର ଆଗମନ ବିଳମ୍ବିତ ହୋଇଚାଲିଛି। ତେବେ ଖୁବଶୀଘ୍ର ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଯାଉଛି। କାରଣ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି।ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର […]
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial