ଦାଦାଙ୍କୁ ଚକମା ଦେଇ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ଅଜିତ

ଉପମୁଖ୍ୟମନ୍ତ୍ରୀ ହୋଇଗଲେ ଅଜିତ

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ଆଜି ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାର। ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଘଣ୍ଟାକ ଭିତରେ ଆଜି ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ଅଜିତ ପାୱାର ଏକନାଥଙ୍କ ସରକାରରେ ଯୋଗଦେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର ଚାଲୁଥିଲା, କିନ୍ତୁ ବର୍ତ୍ତମାନ ଅଜିତ ପାୱାର ଆସିବା ପରେ ଟ୍ରିପଲ ଇଞ୍ଜିନର ସରକାର ଗଠନ ହୋଇଛି।
ବାସ୍ତବରେ ଆଜି ସକାଳେ ଅଜିତ ପାୱାର ମୁମ୍ବାଇରେ ଥିବା ତାଙ୍କ ସରକାରୀ ବାସଭବନରେ ଦଳର କିଛି ନେତା ତଥା ବିଧାୟକଙ୍କୁ ନେଇ ବୈଠକ କରିଥିଲେ। ତେବେ କେଉଁ ପ୍ରସଙ୍ଗକୁ ନେଇ ବୈଠକ ହୋଇଛି ସେନେଇ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପାଖରେ କୌଣସି ସୂଚନା ନଥିଲା। ଶରଦ ପାୱାର ପୁଣେରେ ଥିବାବେଳେ ବୈଠକକୁ ନେଇ ସେ କହିଥିଲେ ଯେ ସେ ଏହି ବୈଠକ ବାବଦରେ ତାଙ୍କ ପାଖରେ ସୂଚନା ନାହିଁ। କିନ୍ତୁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଅଜିତ ପାୱାର ବୈଠକ କରିପାରିବେ। ଏହି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେଙ୍କ ସହ ପ୍ରଫୁଲ୍ଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ତେବେ ବୈଠକରେ ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ ଉପସ୍ଥିତ ନଥିଲେ। ଏହି ବୈଠକ ପରେ ଅଜିତ ପାୱାର ୧୭ ଜଣ ବିଧାୟକଙ୍କ ସହ ସିଧାସଳଖ ରାଜଭବନକୁ ଯାଇଥିଲେ। ସେଠାରେ ବିଧାୟକମାନଙ୍କ ସମ୍ମତି ପତ୍ର ଦେବା ପରେ ତୁରନ୍ତ ଶପଥଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଉ ଅଜିତ ଘଣ୍ଟାକ ମଧ୍ୟରେ ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ଡେଙ୍ଗୁ ସ୍ଥିତି ଜଟିଳ : ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି

Sun Jul 2 , 2023
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ କହିଛନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଆଜି ଏଜି ଛକ ଆଖପାଖ ଅଞ୍ଚଳରେ ବିଏମସି ଟିମ ସଫେଇ କରିଛି। ରାଜଧାନୀରେ କିଛି […]
ରାଜଧାନୀରେ ଡେଙ୍ଗୁ ସ୍ଥିତି ଜଟିଳ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial