ନନ୍ଦନକାନନ ଆସିବେ ଚିତାବିରାଡ଼ି : ଯିବେ ବାଘୁଣୀ ସୋହିନୀ, ବାଘ ରକି

ନନ୍ଦନକାନନ ଆସିବେ ଚିତାବିରାଡ଼ି

ବାରଙ୍ଗ: ଚିଡ଼ିଆଖାନା ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଚିତାବିରାଡ଼ି ଓ ବାନର ପ୍ରଜାତିର ହୁଲୁକ୍‌ ଗିବନ୍‌ ଆସିବେ। ପ୍ରତିବଦଳରେ ନନ୍ଦନକାନନ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ ଦେବ। ଅରୁଣାଞ୍ଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଚିତାବିରାଡ଼ି ଓ ଆସାମ ଚିଡ଼ିଆଖାନାରୁ ହୁଲୁକ ଗିବନ୍ ଆସିବେ। ତେଣୁ ଆସନ୍ତାକାଲି ନନ୍ଦନକାନନରୁ ୨ ବର୍ଷର ବାଘୁଣୀ ସୋହିନୀ ଓ ୨ ବର୍ଷର ବାଘ ରକି ଇଟାନଗର ଯାତ୍ରା କରିବେ। ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡାକ୍ତର ସୋରାଙ୍ଗ ତଡାପ୍‌ ନନ୍ଦନକାନନରେ ପହଞ୍ଚିଛନ୍ତି।
ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ଵାକ୍ଷର କରି ସେ ଆଜି ବାଘ ରକି ଓ ‌ବାଘୁଣୀ ସୋହିନୀ ସହ ୩ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ସୋହିନୀ ୨୦୨୧ ଏପ୍ରିଲ୍‌ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘ ସେଫ୍‌ର ମିଳନରୁ ଜନ୍ମଲାଭ କରିଥିଲା। ଆଜି ଏହି ଦୁଇ ବାଘଙ୍କୁ ସ୍ୱତନ୍ତ୍ର ଜନ୍ତାରେ ଭର୍ତ୍ତି କରାଯାଇଛି। ସେହିଭଳି ଘଡ଼ିଆଳ କୁମ୍ଭୀର ତିନିଟିଙ୍କୁ ସ୍ୱତନ୍ତ୍ର ପେଟିରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ସକାଳୁ ସେମାନଙ୍କୁ ଏକ ଟ୍ରକ୍‌ରେ ଲଦି ଇଟାନଗର ନିଆଯିବ। ସାଙ୍ଗରେ ନନ୍ଦନକାନନର ୬ ଜଣିଆ ଟିମ୍‌ ଇଟାନଗର ଗସ୍ତ କରିବ। ନନ୍ଦନକାନନର ସହକାରୀ ନିର୍ଦ୍ଦେଶକ ଡ. ରଶ୍ମିରଞ୍ଜନ ସ୍ୱାଇଁ, ଡ. ସନ୍ତୋଷ ଗୁପ୍ତା, ବନପାଳ ସୁଶାନ୍ତ କୁମାର ବେହେରା, ଜନ୍ତୁ ରକ୍ଷକ ପ୍ରଫୁଲ୍ଲ ବାଗ୍ ଓ ଦୁଇ ଜଣ ସହଯୋଗୀ କର୍ମଚାରୀଙ୍କୁ ମିଶାଇ ଛଅ ଜଣିଆ ଦଳ ଇଟାନଗର ଯାତ୍ରା କରିବେ। ସେଠାରୁ ପ୍ରତ୍ୟାବର୍ତ୍ତନ ବେଳେ ଚୁକ୍ତି ମୁତାବକ ହଳେ ତିନି ବର୍ଷ ବୟସର ହୁଲୁକ୍ ଗିବନ୍(ମାଈ ଓ ଅଣ୍ଡିରା) ଓ ହଳେ ଚିତାବିରାଡ଼ି (ମାଈ ଓ ଅଣ୍ଡିରା)ଙ୍କୁ ଟ୍ରକ୍‌ରେ ନେଇ ଫେରିବେ।

Share Now:

Kalinga News Beuro

Next Post

ଇଡି ହାତରେ ଗୋଲ୍ଡେନ୍‌ ବାବାର ବିଏମ୍‌ଡବ୍ଲୁ

Fri Jul 14 , 2023
ଭୁବନେଶ୍ୱର: କିଛି ଦିନ ତଳେ ଜ୍ୟୋତିରଂଜନ ବେଉରା ଓରଫ୍‌ ଗୋଲ୍ଡେନ୍‌ ବାବାର ଏକ ଅଡି କାର୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଥିବା ବେଳେ ଆଜି ତା’ର ଏକ ବିଏମ୍‌ଡବ୍ଲୁ କାର୍‌କୁ ଜବତ କରିଛି। ଏକ ଘରୋଇ ହସ୍ପିଟାଲ ପାର୍କିଂରୁ ଏହି ଦାମୀ ଗାଡ଼ିକୁ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଜ୍ୟୋତିରଂଜନର ଘର କେନ୍ଦୁଝର। ସେ ଏଠାରେ ନୀଳାଦ୍ରିବିହାର ଅଞ୍ଚଳ‌‌ରେ ରହୁଥିଲା। ଦେହସାରା ସେ ସୁନା ଅଳଙ୍କାର ପିନ୍ଧୁଥିବାରୁ ଲୋକେ […]
ଇଡି ହାତରେ ଗୋଲ୍ଡେନ୍‌ ବାବାର ବିଏମ୍‌ଡବ୍ଲୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial