ସ୍ଥଳଭାଗ ଅତିକ୍ରମ କଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ

ସ୍ଥଳଭାଗ ଅତିକ୍ରମ କଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପାସାଗରରେ ସୃଷ୍ଟ ଲଘୁଚାପ ସ୍ଥଳଭାଗ ଅତିକ୍ରମ କରିଛି। ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି ବୋଲି ସ୍କାଏମେଟ୍ କହିଛି। ତେବେ ଏହା ପୂର୍ବାପେକ୍ଷା ଟିକିଏ ଦୁର୍ବଳ ହୋଇଯାଇଛି ଓ ଏହି କାରଣରୁ ଏହା ମଧ୍ୟପ୍ରଦେଶ, ମହାରାଷ୍ଟ୍ର କିମ୍ବା ଗୁଜରାଟ ଆଡ଼କୁ ଗତି କରିବାର ସମ୍ଭାବନା କମ ହୋଇଯାଇଛି। ବରଂ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଡ଼କୁ ଯିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଚିହ୍ନିତ ଲଘୁଚାପ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି। ତେବେ ଏହାର ପ୍ରଭାବରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଶେଷକରି ଦକ୍ଷିଣ, ପଶ୍ଚିମ ଜିଲ୍ଲା ଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଏହି ଲଘୁଚାପ ଆସନ୍ତା ୨-୩ ଦିନ ଧରି ଉତ୍ତର-ପୂର୍ବ ଦିଗରେ ଗତି କରିବ ଓ ୨୯ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ପହଞ୍ଚିବ ବୋଲି ସ୍କାଏମେଟ୍ କହିଛି। ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଓଡ଼ିଶା, ଛତିଶଗଡ଼,ପୂର୍ବ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ପୂର୍ବ ଉତ୍ତପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏହି ଲଘୁଚାପ ପ୍ରଭାବରେ ଉତ୍ତର ଭାରତରେ ମୌସୁମୀ ଅଧିକ ସକ୍ରିୟ ହେବ।

Share Now:

Kalinga News Beuro

Next Post

ଓଏସ୍‌ଏସ୍‌ସି ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ପୁଣି ୮ ଜଣ ଗିରଫ

Thu Jul 27 , 2023
ବିହାରର ସରକାରୀ ଅଧିକାରୀ ଥିଲେ ଘଟଣାର ମାଷ୍ଟରମାଇଣ୍ଡ ବାଲେଶ୍ୱର : ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପୁଣି ୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଥିରେ ମୁଖ୍ୟ ଅଭିଯୁକ୍ତ ବି ସାମିଲ ରହିଛି। ଏଥି ସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଅଭିଯୁକ୍ତଙ୍କର ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଗୁରୁବାର ଅପରାହ୍‌ଣରେ ବାଲେଶ୍ୱର ଏସ୍‌ଏସ୍‌ ସାଗରିକା […]
ପ୍ରଶ୍ନପତ୍ର ଲିକ୍‌ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial